Latest Odisha News

BREAKING NEWS

ସଞ୍ଜୁ ସାମସନଙ୍କ ପ୍ରତି ହେଉ ନାହିଁ ତ ଅନ୍ୟାୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସଞ୍ଜୁ ସାମସନ ଜଣେ ଉଦୀୟମାନ ତାରକା । ୧୯ ବର୍ଷରୁ କମ ବିଶ୍ୱକପରୁ ଏ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ତେବେ ଟିମ ଇଣ୍ଡିଆରେ ତାଙ୍କୁ ଉପଯୁକ୍ତ ସୁଯୋଗ ମିଳୁନି । ଯାହାକୁ ନେଇ କ୍ୟାରିୟରର ଦୋ ଛକିରେ ସଞ୍ଜୁ ପଡି ଯାଇଛନ୍ତି । ୨୦୧୪ରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତର ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ତେବେ ଏହି ବିଶ୍ୱକପ ପରେ ଭାରତକୁ ଶ୍ରେୟାଶ ଆୟାର, କୂଲଦୀପ ଯାଦବ ଓ ସଞ୍ଜୁଙ୍କ ପରି ଖେଳାଳି ମିଳିଥିଲେ । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବିଶ୍ୱକପରେ ନିକୋଲସ ପୂରନଙ୍କ ପରେ ଦ୍ୱିତୀୟ ସର୍ବାଧିକ ୧୨ ଛକା ମାରିଥିଲେ ।

୨୦୧୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ଆଇପିଏଲରେ ଖେଳିଥିଲେ । ୨ଟି ସିଜନରେ ୨୪ ମ୍ୟାଚ ଖେଳିଥିଲେ । ଏଥିରେ ୨୨ ଛକା ଓ ୪୪ ଚୌକା ରହିଥିଲା । ୨୦୧୫ରେ ସେ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ଜିମ୍ବାୱେ ଓ ଶ୍ରୀଲଙ୍କା ବିପକ୍ଷରେ ତାଙ୍କୁ ଗୋଟିଏ ମ୍ୟାଚରେ ଖେଳିବା ସୁଯୋଗ ମିଳିଥିଲା । ସେ ୧୯ ରନ କରିଥିଲେ । ଏହା ପରେ ସେ ୪ ବର୍ଷ ଅପେକ୍ଷା କରିଥିଲେ । ୨୦୨୦ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପରେ ପୂନର୍ବାର ତାଙ୍କୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଏହା ସତ୍ୱେ ସେ ନିୟମିତ ସଦସ୍ୟ ହୋଇପାରି ନ ଥିଲେ ।

ମହେନ୍ଦ୍ର ସିଂ ଧୋନୀଙ୍କ ପରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କୁ ଯେତିିକି ସୁଯୋଗ ମିଳିଲା ସଞ୍ଜୁଙ୍କୁ ସେତିକି ମିଳି ନାହିଁ । ୨୦୨୪ ଟି୨୦ ବିଶ୍ୱକପରେ ପନ୍ତଙ୍କ ସହ ସଞ୍ଜୁଙ୍କୁ ଦଳରେ ନିଆ ଯାଇଥିଲା । ମାତ୍ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ସେ ବେଂଚରେ ବସିକରି ଆସିଥିଲେ । ଗୌତମ ଗମ୍ଭୀର ଟିମ ଇଣ୍ଡିଆ କୋଚ ହେବା ପରେ ସଞ୍ଜୁଙ୍କ ଓପନିଂ ସୁଯୋଗ ଦେଇଥିଲେ । ୫ ମାସ ମଧ୍ୟରେ ସେ ୩ଟି ଶତକ ମାରିଥିଲେ ।

ଏସିଆ କପ କ୍ରିକେଟରେ ଶୁଭମନ ଗିଲଙ୍କୁ ଓପିନଂ ଦାୟିତ୍ୱ ଦିଆ ଯାଇଥିବା ବେଳେ ସଞ୍ଜୁ ମଧ୍ୟ ଭାଗରେ ଖେଳିଥିଲେ । ୩ଟି ମ୍ୟାଚରେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା । ବାକି ୪ଟି ମ୍ୟାଚରେ ୫୬, ୧୩, ୩୯ ଓ ୨୪ କରିଥିଲେ । ଫାଇନାଲରେ ତିଳକ ବର୍ମାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ପାର୍ଟନରଶିପ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଦିିନିକିଆ କ୍ରିକେଟରେ ଏବେ ବି ସଞ୍ଜୁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଟି୨୦ରେ ସଞ୍ଜୁ ଫିନିଶର ଭାବେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ । ଅନ୍ୟଥା ଦଳରେ ସୁଯୋଗ ମିଳିବା କଷ୍ଟ ହେବ ।

Comments are closed.