Latest Odisha News

ଲଣ୍ଡନ ସ୍କୁଲ ପାଠ୍ୟକ୍ରମରେ ଯୋଡିହେଲା ସଂସ୍କୃତ ଭାଷା

ନୂଆଦିଲ୍ଲୀ: ସଂସ୍କୃତ ଶିକ୍ଷା ପ୍ରତି ଏବେ ଭାରତ ଅପେକ୍ଷା ବାହାର ଦେଶର ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏବେ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ସ୍କୁଲର ଜୁନିୟର ବିଦ୍ୟାର୍ଥୀମାନେ ଏବେ ଏହି ସଂସ୍କୃତ ଶିକ୍ଷା କରିବେ ।

ତେବେ ଉକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସଂସ୍କୃତ ମାଧ୍ୟମରେ ବିଜ୍ଞାନ, ଗଣିତ ଏବଂ ଅନ୍ୟପାଠ୍ୟକ୍ରମ ଗୁଡିକୁ ମନେ ରଖିବା ଅନ୍ୟ ଭାଷାଠାରୁ ସହଜ ଅଟେ । ତେଣୁ ଆମେ ଏହି ଭାଷାକୁ ପାଠ୍ୟକ୍ରମରେ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଛୁ ।

ସେହିପରି ଏହି ବିଦ୍ୟାଳୟ ସମୁହର ସଂସ୍କୃତ ବିଭାଗୀୟ ମୁଖ୍ୟ ୱାରୱିଇକ୍‌‌ ଜେସପ୍‌‌ କହିଛନ୍ତି, ସଂସ୍କୃତ ଭାଷା ଦ୍ୱାରା ସମଗ୍ର ବିଶ୍ୱରେ ଅନେକ ବିଜ୍ଞାନ ଭିତ୍ତିକ ତଥ୍ୟକୁ ସୁବିଧାରେ ଜାଣିହେବ । ଜେସପ୍‌‌ ମତ ପ୍ରକାଶ କରିଛନ୍ତି ଯେ, ସଂସ୍କୃତ ହେଉଛି ବିଶ୍ୱର ସବୁଠାରୁ ‘ପରଫେକ୍ଟ ଓ ଲଜିକାଲ୍‌‌ ଲାଙ୍ଗୁଏଜ୍‌‌’।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଲ୍‌‌ ମସ୍‌‌ କହିଛନ୍ତି ବିଶ୍ୱରେ ସଂସ୍କୃତ ହିଁ ସର୍ବଶ୍ରେଷ୍ଠ ଭାଷା । କାରଣ ଏହି ଭାଷା ମାଧ୍ୟମରେ ଜଣେ ଶିଶୁ ବିଦ୍ୟାର୍ଥୀ ସହଜରେ ଏହାର ଆଙ୍ଗୁଳି ଏବଂ ଜିଭର ଜଟିଳତା ଦୂର କରିପାରିବ ।

ଏହି ବିଦ୍ୟାଳୟ କେବଳ ଶିଶୁମାନଙ୍କ ଲାଗି ନୁହେଁ ବରଂ ସମସ୍ତ ବ୍ୟୟସ୍କ ବ୍ୟକ୍ତିଙ୍କ ପାଇଁ ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ କାର୍ଯ୍ୟକାରୀ କରୁଛି ।

Leave A Reply

Your email address will not be published.