Latest Odisha News

BREAKING NEWS

୭ ଛାତ୍ରୀଙ୍କୁ ଅସଦାଚରଣ; ବନ୍ଧା ହେଲେ ସଂସ୍କୃତ ଶିକ୍ଷକ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ସାତ ଜଣ ଛାତ୍ରୀଙ୍କୁ ଜଣେ ୩୬ ବର୍ଷୀୟ ସଂସ୍କୃତ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଛାତ୍ରୀମାନେ ଥାନାରେ ଅଭିଯୋଗ କରୁଥିବା ଜାଣିବା ପରେ ଶିକ୍ଷକ ସହର ଛାଡି ପଳାଇ ଯାଇଥିଲେ। ଛାତ୍ରୀମାନେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପରେ ଏନେଇ ଅଗଷ୍ଟ ୨୦ ତାରିଖରେ ଗୁରୁଣ୍ଡିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ତେବେ ଘଟଣାଟି ଅଗଷ୍ଟ ୧୬ ତାରିଖରେ ଘଟିଥିବା ନେଇ ଅଭିଯୋଗ ହୋଇଛି।

ଶିକ୍ଷକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୪, ୭୫ (ଯୌନ ନିର୍ଯାତନା) ଏବଂ ୩୫୧ (୨) (ଅପରାଧିକ ଧମକ) ଏବଂ POCSO ଆଇନର ଧାରା ୮ ଏବଂ ୧୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ପକ୍ଷରୁ ଜଣାପଡ଼ିଛି।

 

Comments are closed.