Latest Odisha News

BREAKING NEWS

[ଭିଡ଼ିଓ]ଦମକଳ ଗାଡ଼ିରେ ସାନ୍ତାକ୍ଲଜ, କୋଭିଡ଼ ସଂକ୍ରମିତଙ୍କୁ ବାଣ୍ଟିଲେ ଉପହାର

ଲିମା: ଖ୍ରୀଷ୍ଟମାସ ପର୍ବ ଆସିବାକୁ ଆଉ କିଛି ଦିନ ରହିଲା । ଏହି ଦିନରେ ଅନ୍ୟକୁ ଖୁସି ବାଣ୍ଟିବା ପାଇଁ ଅନେକ କିଛି ନୂଆ ନୂଆ ଯୋଜନା କରିଥାନ୍ତି । ଆଉ କୁନି କୁନି ପିଲାମାନେ ଏହି ଦିନରେ ସାନ୍ତା କ୍ଲଜଙ୍କଠାରୁ ମିଳିବାକୁ ଥିବା ଗିଫ୍ଟ ବିଷୟରେ ଭାବି ଭାବି ବହୁତ ଖୁସି ହୋଇଥାନ୍ତି । ହେଲେ ଗୋଟିଏ ପଟେ ଓମିକ୍ରନ ଭ୍ୟାରିଆଣ୍ଟର ଭୟ ଓ ଅନ୍ୟପଟେ ଖ୍ରୀଷ୍ଟମାସର ଖୁସି । ଦୁନିଆରେ ଅନେକ ଲୋକ ଓମିକ୍ରନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ଭିତରେ ଏମିତି ଏକ ଭିଡ଼ିଓ ଆସିଛି ଯାହା ସମସ୍ତଙ୍କ ଚେହେରାରେ ଖୁସି ଆଣିଦେବ ।

ଭିଡ଼ିଓରେ ଜଣେ ବ୍ୟକ୍ତି ସାନ୍ତା କ୍ଲଜର ଡ୍ରେସ ପିନ୍ଧି କୋଭିଡ଼ରେ ସଂକ୍ରମିତ ପିଲାଙ୍କୁ ଗିଫ୍ଟ ବାଣ୍ଟୁଥିବା ନଜରକୁ ଆସିଛି । କୁହାଯାଉଛି ଏହି ଭିଡ଼ିଓ ପେରୁର ଲିମାର । ଏହି ଭିଡ଼ିଓରେ ଦେଖାଯାଉଛି ଯେ, ସାନ୍ତା କ୍ଲଜ ଦମକଳ ଗାଡ଼ିରେ ଯାଇ ଆଇସୋଲେଟେଡ଼ ହୋଇଥିବା ପିଲାଙ୍କୁ ଝରକା ନିକଟରୁ ଗିଫ୍ଟ ବାଣ୍ଟୁଥିଲେ । ପାଞ୍ଚ ମହଲା ବିଶିଷ୍ଟ କୋଠାରେ ପିଲାମାନେ ଆଇସୋଲେଟେଡ଼୍ ହୋଇ ରହିଥିଲେ । କୋଭିଡ଼ ପାଇଁ ପିଲାଙ୍କ ପାଖକୁ ଯିବାକୁ ମନା କରାଯାଇଥିଲା । ହେଲେ ସେହି ବ୍ୟକ୍ତି ଏବଂ ଟିମ୍ ପିଲାଙ୍କୁ ଖୁସି ବାଣ୍ଟିବା ପାଇଁ ଏହିପରି ଏକ ଯୋଜନା କରିଥି ଲେ ।

ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଗିଫ୍ଟ ପାଇଁ ପିଲାମାନେ ମଧ୍ୟ ଖୁସି ହୋଇଥିଲେ । ଏହି ଭିଡ଼ିଓରୁ ଜଣାପଡ଼ୁଛି ଯେ, ସାନ୍ତାକ୍ଲଜ ଓ ପିଲାଙ୍କ ମଧ୍ୟରେ କେତେ ଭଲପାଇବା ରହିଛି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବେଶ୍ ଭାଇରାଲ ହେଉଛି । ଯାହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.