Latest Odisha News

BREAKING NEWS

ପାନାମା ପେପର୍ସ ଲିକ୍ ମାମଲା : ୫ ଘଣ୍ଟା ଧରି ଐଶ୍ୱର୍ଯ୍ୟାଙ୍କୁ ପଚରା ଉଚରା କଲା ଇଡି

ମୁମ୍ବାଇ : ପାନାମା ପେପର୍ସ ଲିକ୍ ମାମଲା । ଏହି ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ପଚରା ଉଚରା କରିଛି । ଏନେଇ ଐଶ୍ୱର୍ଯ୍ୟା ଆଜି ଇଡିର ପଚାର ଉଚରାରେ ସାମିଲ ହେବା ପାଇଁ ଦିଲ୍ଲୀରେ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଦୀର୍ଘ ୫ ଘଣ୍ଟା କାଳ ଇଡି ଐଶଙ୍କୁ ପଚାରା ଉଚରା କରିଥିଲା । ଇଡି ଐଶ୍ୱର୍ଯ୍ୟା ରାୟଙ୍କୁ ବିଭିନ୍ନ ବିଷୟରେ ପଚରା ଉଚରା କରିଥିଲା

ଏହି ମାମଲାରେ ଇଡି ଐଶ୍ୱର୍ଯ୍ୟାଙ୍କ ପତି ଅଭିଶେଖ ବଚ୍ଚନଙ୍କୁ ମଧ୍ୟ ସମନ କରିଛିା ଏହା ପୂର୍ବରୁ ଇଡି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦୁଇଥର ସମନ କରିଥିଲେ । ହେଲେ ଐଶ୍ ହାଜର ହୋଇନଥିଲେ । ସେ ହାଜର ହେବା ପାଇଁ ସମୟ ମାଗିଥିଲେ । । ୨୦୧୬ ମସିହାରେ ପାନିମା ପେପର୍ସ ଲିଙ୍କ ମାମଲା ସାମ୍ନାକୁ ଆସିଥିଲା ।

ଯେଉଁଥିରେ ଜଣାପଡିଥିଲା କି ବହୁ ପ୍ରଭାବଶାଳୀ ବ୍ୟକ୍ତି ଟିକସ ଫାଙ୍କିବା ପାଇଁ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ।ଏହି ମାମଲାରେ ଫସିଥିଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

Leave A Reply

Your email address will not be published.