Latest Odisha News

ଭାରତରେ ରିଲିଜ ହେବ ଓସ୍କାର ୨୦୨୫ ପାଇଁ ସର୍ଟଲିଷ୍ଟ ଫିଲ୍ମ ‘ସନ୍ତୋଷ’

ନୂଆଦିଲ୍ଲୀ: ଅମୀର ଖାନ ପ୍ରଡକ୍ସନ୍ ଫିଲ୍ମ ‘ଲାପତା ଲେଡିଜ୍’ ଓସ୍କାର ୨୦୨୫ ଦୌଡରୁ ବାଦ ପଡିଛି । ଅନ୍ୟପଟେ ୟୁକେର ହିନ୍ଦୀ ଚଳଚ୍ଚିତ୍ର ‘ସନ୍ତୋଷ’ ଓସ୍କାର ସର୍ଟଲିଷ୍ଟରେ ସ୍ଥାନ ପାଇଛି । ହିନ୍ଦି ଚଳଚ୍ଚିତ୍ର ହୋଇ ମଧ୍ୟ ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ଭାରତରେ ରିଲିଜ୍ ହୋଇନାହିଁ। ତେବେ ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତାମାନେ । ଖୁବଶୀଘ୍ର ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ସନ୍ତୋଷ । ତେବେ ଆସନ୍ତୁ ଜାଣିବା ଚଳଚ୍ଚିତ୍ରଟି ଭାରତରେ କେବେ ରିଲିଜ ହେବ ।

ଶାହାନା ଗୋସ୍ବାମୀ ଏବଂ ସୁନୀତା ରାଜୱାରଙ୍କ ଅଭିନୀତ ବ୍ରିଟେନର ହିନ୍ଦୀ ଚଳଚ୍ଚିତ୍ର ‘ସନ୍ତୋଷ’ ଓସ୍କାର ୨୦୨୫ ପାଇଁ ସର୍ଟଲିଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଏହି ଫିଲ୍ମଟି ଭାରତରେ କେବେ ରିଲିଜ ହେବ ସେନେଇ ଅପେକ୍ଷା ରହିଛି । ଗତକାଲି ନିର୍ମାତାମାନେ ଭାରତରେ ଫିଲ୍ମଟି କେବେ ରିଲିଜ୍ ହେବ ତା’ର ତାରିଖ ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ ଫିଲ୍ମ ‘ସନ୍ତୋଷ’ ଆସନ୍ତା ବର୍ଷ ତଥା ୨୦୨୫ ଜାନୁୟାରୀ ୨୫ ତାରିଖରେ ଭରତର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

କହିରଖୁଛୁ ଯେ, ଫିଲ୍ମ ‘ସନ୍ତୋଷ’ ଗ୍ରାମୀଣ ଉତ୍ତର ଭାରତର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ବ୍ରିଟେନ ଏହାକୁ ଔପଚାରିକ ଆବେଦନ ରୂପେ ଓସ୍କାର ପଠାଇଥିଲା। ଗତ ମେ’ରେ ଅନୁଷ୍ଠିତ ୭୭ତମ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମଟି  ପ୍ରଦର୍ଶିତ ହୋଇଥିଲା, ଯାହାକୁ ସମୀକ୍ଷକମାନେ ବେଶ୍ ପ୍ରଶଂସା କରିଥିଲେ। ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିବା ୮୫ ଫିଲ୍ମରୁ ‘ସନ୍ତୋଷ’ ୧୫ ତମ ସ୍ଥାନରେ ରହିଛି ।

Leave A Reply

Your email address will not be published.