ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚିଟ୍ଫଣ୍ଡ ତଦନ୍ତ କମିଶନ ବନ୍ଦ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଛନ୍ତି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । ସତ୍ୟପାଠ ପଡି ରହିଛି । ନିମାପଡାର ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଗରିବ ଲୋକଙ୍କ ନିଶ୍ୱାସ ସରକାରଙ୍କ ଉପରେ ପଡିବ ବୋଲି ସାଲୁଜା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା ବୋଲି ସାଲୁଜା ଗୃହରେ ଅଭିଯୋଗ ଉଠାଇଛନ୍ତି । ସରକାର ୩ଶହ କୋଟିର କପର୍ସ ଫଣ୍ଡ ଗଠନ କରିଥିଲେ । ତେବେ ସେହି ଟଙ୍କା କୁଆଡେ ଗଲା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ପୂର୍ବରୁ ସିବିଆଇ ୨ଜଣ ବିଧାୟକଙ୍କୁ ଜେରା କରିଥିଲା । ତଦନ୍ତ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।
ଠକ ସଂସ୍ଥାକୁ ଜବତ କରି ସମ୍ପତ୍ତି ବିକି ଲୋକଙ୍କୁ ସରକାର ଟଙ୍କା ଫେରାନ୍ତୁ ବୋଲି ବିଧାନସଭାରେ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
BREAKING NEWS
- ଯୋରନ୍ଦା ମହିମା ମନ୍ଦିରର ହେବ ସର୍ବାଙ୍ଗୀନ ବିକାଶ, ରାଜ୍ୟ ପର୍ଯ୍ୟଟନକୁ ମିଳିବ ନୂଆ ଦିଶା
- Z+ Security To Nitin Naveen: ବଢିଲା ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସୁରକ୍ଷା, Z+ ସୁରକ୍ଷା ବଳୟରେ ରହିବେ ନୀତିନ ନବୀନ…CRPF କମାଣ୍ଡୋ ନେବେ ଦାୟିତ୍ଵ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ
- ୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ
- SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍ ଛଡ଼ାଇ ନେଇ କିଛି ଏପରି କଲେ କିଙ୍ଗ ଖାନ୍… ଆରମ୍ଭ ହୋଇଗଲା ଚର୍ଚ୍ଚା…
- ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍
- ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର
- ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…
- Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…
- ‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା ଦଳୀୟ କର୍ମୀ…
Comments are closed.