Latest Odisha News

BREAKING NEWS

ସନ୍ତୋଷ ଟ୍ରଫି ଫୁଟବଲ : ୫ ପୂର୍ବ ଚାମ୍ପିୟନ ଟିମ ସହ ଗୋଟିଏ ଗ୍ରୁପରେ ଓଡିଶା

ନୂଆଦିଲ୍ଲୀ: ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡରେ ଓଡିଶା ପ୍ରବେଶ କରିଛି । ତେବେ ଓଡିଶା ୫ ପୂର୍ବ ଚାମ୍ପିୟନ ସହ କଷ୍ଟକର ଗ୍ରୁପରେ ରହିଛି । ଗ୍ରୁପ ବିରେ ଓଡିଶା ସହ କେରଳ, ସର୍ଭିସେସ, ପଞ୍ଜାବ, ରେଲୱେ ଓ ମେଘାଳୟ ରହିଛନ୍ତି । ଗ୍ରୁପ ଏରେ ୩୩ ଥର ଚାମ୍ପିୟନ ବେଙ୍ଗଲ, ଆସାମ, ତାମିଲନାଡୁ, ଉତରାଖଣ୍ଡ, ନାଗାଲାଣ୍ଡ ଓ ରାଜସ୍ଥାନ ରହିଛନ୍ତି । ଆୟୋଜକ ଭାବେ ଆସାମ ସିଧାସଳଖ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି । ପଶ୍ଚିମବଙ୍ଗ ଓ କେରଳ ଚାମ୍ପିୟନ ଏବଂ ରନର୍ସଅପ ଭାବେ ମଧ୍ୟ ସିଧାସଳଖ ପ୍ରବେଶ କରିଛନ୍ତି ।

ଜାନୁୟାରୀ ୨୧ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହା ପରେ ପ୍ରତ୍ୟେକ ଗ୍ରୁପରୁ ୪ଟି ଲେଖାଏଁ ଟିମ ନକଆଉଟକୁ ଉନ୍ନୀତ ହେବେ । ଫେବୃୟାରୀ ୨ ଓ ୩ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ସେହିପରି ୫ରେ ସେମିଫାଇନାଲ ଓ ୮ରେ ଫାଇନାଲ ମ୍ୟାଚ ଖେଳାଯିବ । ପୂର୍ବରୁ ଗ୍ରୁପ ଏଫରେ ସ୍ଥାନ ପାଇଥିବା ଓଡିଶା ତେଲେଙ୍ଗାନା, ଛତିଶଗଡ ଓ ମଧ୍ୟପ୍ରଦେଶକୁ ହରାଇ ଅପରାଜେୟ ଭାବେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି ।

Leave A Reply

Your email address will not be published.