ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ । ଏକାମ୍ରକ୍ଷେତ୍ର ବିକାଶ ପାଇଁ ଘୋଷଣା କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । କରାଯାଇଥିବା ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚାରିପାଖରେ ୮୦ଏକର ଜମିର ବିକାଶ କରାଯିବ । ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ବିକାଶ ପ୍ଲାନ୍ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।
ଡକ୍ଟର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଅଛନ୍ତି । ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ପରାମର୍ଶଦାତା ରହିଆସିଛନ୍ତି । ପ୍ରକଳ୍ପ ପରାମର୍ଶଦାତା କମିଟି ଅଧ୍ୟକ୍ଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ନିଶ୍ଚିତ ଭାବେ ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି । ରାଜ୍ୟ ପାଇଁ କିଛି କରିବାର ସୁଯୋଗ ମିଳିଛି ଯାହାକି ତାଙ୍କ ପାଇଁ ଏକ ଆଶୀର୍ବାଦ । ନିଜ ଅଭିଜ୍ଞତା ଓ ଦକ୍ଷତାରୁ ଏହି ପ୍ରକଳ୍ପ ସଫଳ ହେବ ବୋଲି ସନ୍ତୃପ୍ତ ଜଣାଇଛନ୍ତି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.