Latest Odisha News

BREAKING NEWS

ଭୋଜପୁରୀ ଫିଲ୍ମରେ ଅଭିନୟ କରିବେ ସପନା ଚୌଧୁରୀ

ଚଣ୍ଡୀଗଡ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ ଖୁବ୍ ଶୀଘ୍ର ଭୋଜପୁରୀର ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ମେଗା ବଜଟେ ଫିଲ୍ମରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଦୀନେଶ ଲାଲ ଯାଦବ ନିରହୁଆଙ୍କ ସହ ସେ ଅଭିନୟ କରିବେ । ନିଜ ଡ୍ୟାନ୍ସ ବଳରେ ସପନା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୨୦୧୭ରେ ଜର୍ଣ୍ଣି ଅଫ ହ୍ୟାଙ୍ଗଓଭରରେ ଆଇଟମ ନମ୍ବର କରିଥିଲେ ।

ଏହା ପରେ ବୀର କେ ୱେଡିଙ୍ଗରେ ହଟ ଯା ତାଉ ଗୀତରେ ଅଭିନୟ କରିଥିଲେ । ୨୦୧୮ ଅଭୟ ଦେଓଲଙ୍କ ସହ ନାନୁ କା ଜାନୁରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲେ । ସପନା ହିରୋଇନ ଭାବେ ସଫଳ ହେବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.