Latest Odisha News

BREAKING NEWS

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ” ନବୀନ” ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ ।

ଏହି ସମାରୋହରେ ବିଶିଷ୍ଟ ପ୍ରବକ୍ତା କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି ଯେ , ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା ଅବିସ୍ମରଣୀୟ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ନବୀନ ପାଠାଗାରର ଉପଦେଷ୍ଟା ଡ. ଡମରୁଧର ସାହୁ , ରାମକୃଷ୍ଣ ପାତ୍ର , ଶୁଶାନ୍ତ କୁମାର କର , ଡ. ରାଜକିଶୋର ଷଡ଼ଙ୍ଗୀ , ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ , ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗଦେଇ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.