Latest Odisha News

BREAKING NEWS

ନିଜ ସ୍ବୟଂବରରେ ଏହି ବିବାହିତ ଅଭିନେତାଙ୍କୁ ନିମନ୍ତ୍ରଣ କରିବେ ସାରା!

ନୂଆଦିଲ୍ଲୀ: ଆଜିକାଲି ସାରା ଅଲି ଖାନ ତାଙ୍କ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଧନୁଷ ଏବଂ ଅକ୍ଷୟ କୁମାରଙ୍କ ସହ ସାରା। ‘ଅତ୍‌ରଙ୍ଗୀ ରେ’ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହାପୂର୍ବରୁ ସାରା ଏବଂ ଧନୁଷ ‘କଫି ସଟ୍‌ସ ୱିଦ୍‌ କରଣ ଜୋହର’ ଶୋରେ ସେ ଫିଲ୍ମ ସହ ଜଡିତ ଅନେକ ବିଶେଷ କଥା କହିଥିଲେ। କରଣ ଜୋହରଙ୍କ ଶୋ’ର ପ୍ରମୋ ରିଲିଜ୍ ହୋଇଛି।

ଭିଡିଓ ଆରମ୍ଭରେ, କରଣ ଜୋହର ଧନୁଷଙ୍କୁ ‘ପାୱାରହାଉସ୍ ଅଭିନେତା’ ଏବଂ ସାରାଙ୍କୁ ‘ସୁନ୍ଦର ଏବଂ ଅତ୍ୟନ୍ତ ପ୍ରତିଭାବାନ’ ବୋଲି ବର୍ଣ୍ଣନା କରିଛନ୍ତି।

ଆହୁରି ମଧ୍ୟ, କରଣ ଜୋହର ସାରାଙ୍କୁ ‘ସେ ନିଜ ସ୍ବୟଂବରରେ କେଉଁ କେଉଁ ଅଭିନେତାଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି ପଚାରିବାରୁ ସାରା କହିଛନ୍ତି ଯେ, ରଣବୀର ସିଂ, ବିଜୟ ଦେବରାକୋଣ୍ଡା, ବିକି କୌଶଲ ଏବଂ ବରୁଣ ଧୱନ ନାଁ ଉଲ୍ଲେଖ କରିଥିଲେ।

Comments are closed.