Latest Odisha News

BREAKING NEWS

ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ: ୩.୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

ଦାରିଙ୍ଗିବାଡ଼ି: ଶୀତରେ ଥରୁଛି ସାରା ଓଡ଼ିଶା । ଅସମ୍ଭାଳ ଶୀତ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ । ତଳକୁ ତଳକୁ ଖସୁଛି ପାରଦ । ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡି । ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତକାଲି ଦାରିଙ୍ଗିବାଡ଼ିରେ ୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା ।

ଆଜି ରାଜ୍ୟରେ ୧୯ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଛି । ଫୁଲବାଣୀରେ ୪ ଡିଗ୍ରୀ ସେଲସିୟସ୍, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୨, ଝାରସଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

ସେହିପରି ବୌଦ୍ଧରେ ୭, ବଲାଙ୍ଗିରରେ ୭.୮, କରାପୁଟରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୮.୫, ସମ୍ୱଲପୁରରେ ୮.୫, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ରହିଛି । ରାଜ୍ୟରେ ଆହୁରି ୨-୩ ଦିନ ହାଡ଼ଭଙ୍ଗା ଶୀତ ଜାରି ରହିବ ।

Leave A Reply

Your email address will not be published.