Latest Odisha News

BREAKING NEWS

ବିଶ୍ୱକପ ଫାଇନାଲରେ ଗ୍ଲାମରର ତଡକା ଲଗାଇବେ ପତ୍ନୀ ଗ୍ୟାଙ୍ଗ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପତ୍ନୀ ଗ୍ୟାଙ୍ଗ । ସେମାନେ ଗ୍ଲାମରର ତଡକା ଲଗାଇବା ସହ ଭାରତ ବିଜୟର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଚାହିଁବେ । ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା, କେଏଲ ରାହୁଲଙ୍କ ସଙ୍ଗୀନୀ ଅଥିୟା ଶେଟ୍ଟୀ ଓ ଅଧିନାୟକ ରୋହିତ ଶର୍ମାଙ୍କ ରିତିକା ସଜଦେହ ଉପସ୍ଥିତ ରହିବେ । ପୂର୍ବରୁ ମଧ୍ୟ ସେମାନେ ଷ୍ଟାଡିୟମରେ ଖେଳାଳିଙ୍କ ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରୀତି ନାରାୟଣ ମ୍ୟାଚ ଉପଭୋଗ କରିବେ ବୋଲି ଜଣାପଡିଛି ।

ଆଉ ଶୁଭମନ ଗିଲଙ୍କ ପ୍ରେମିକା ଭାବେ ବିବେଚନା କରାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଷ୍ଟାଣ୍ଡରେ ଉପସ୍ଥିତ ରହିବେ । ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛି । ୧୨ ବର୍ଷ ପରେ ବିଶ୍ୱକପ ଜିତିବା ପାଇଁ ଟିମ ଇଣ୍ଡିଆ ନିକଟରେ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଏହାକୁ ସେମାନେ କେବେ ହେଲେ ହାତଛଡା କରିବା ପାଇଁ ଛାଡିବେ ନାହିଁ ।

Leave A Reply

Your email address will not be published.