Latest Odisha News

BREAKING NEWS

କିପରି ହୋଇଥିଲା କାଜୁ କତଲିର ଆବିଷ୍କାର, ଭାରତ ସହ କିପରି ରହିଛି ଏହାର କନେକ୍ସନ୍, ଜାଣନ୍ତୁ…

ଯେତେବେଳେ ଜଣେ ଅତିଥି ସାଙ୍ଗରେ କାଜୁ କତଲି ନେଇ ଘରକୁ ଆସନ୍ତି ସେତେବେଳେ ପିଲାଙ୍କ ଠୁ ବୁଢା ସମସ୍ତଙ୍କ ମୁହଁରେ ଗୋଟେ ବଡ ସ୍ମାଇଲ ଆସିଯାଇଥାଏ । କାରଣ ଏହି ମିଠା ସବୁ ମିଠା ଅପେକ୍ଷା ଟିକିଏ ଭିନ୍ନ | ତେବେ ଏହା କେବେ ଆରମ୍ଭ ହୋଇଥିଲା ବା ଏହାର ଜନ୍ମ କେଉଁଠାରୁ ହୋଇଥିଲା ତାହା ଆପଣ ଜାଣନ୍ତି କି?

ଭୁବନେଶ୍ଵର: ସମୟ ଯାହା ବି ହେଉ ନା କାହିଁକି, କାରଣ କିଛି ବି ଥାଉ ବା ନଥାଉ, ମୁହଁରେ ଟିକେ ମିଷ୍ଟାନର ସ୍ଵାଦ ସବୁକିଛି ଭୁଲାଇ ଦେଇଥାଏ । ଆଉ ସେ ମିଠା ଯଦି କାଜୁ କତଲି ହୋଇଥାଏ ତେବେ ତ କଥା ସରିଲା । ଲୋକମାନେ ମାର୍କେଟରେ ବିଭିନ୍ନ ପ୍ରକାରର ମିଠା ତ ଖାଇଥିବେ । କିନ୍ତୁ କାଜୁ କତଲି ସବୁ ମିଠା ଠାରୁ ସ୍ଵତନ୍ତ୍ର । ସବୁ ମିଠା ଠାରୁ ଏହି ମିଠାର ଚାହିଦା ମଧ୍ୟ ବେଶୀ । ସ୍ଵାଦରେ ଯେମିତି ଦରରେ ମଧ୍ୟ ସେମିତି । ସବୁ ପ୍ରକାରର ମିଠାକୁ ପଛରେ ପକାଇ ବର୍ତ୍ତମାନ ବଜାରରେ ରାଜ୍ କରୁଛି କାଜୁ କତଲି । ତେବେ ଏହି ମିଠାକୁ ପ୍ରାୟତଃ ଲୋକ ତାଙ୍କ ପ୍ରଥମ ପସନ୍ଦରେ ରଖିଥାନ୍ତି ସତ କିନ୍ତୁ କ’ଣ କେହି ଜାଣିଛନ୍ତି କି ଏହି ମିଠାର ଆରମ୍ଭ କେବେ ହୋଇଥିଲା? କେଉଁଠି ହୋଇଥିଲା? ଆମ ଦେଶ ସହ ଏହାର ସଂଯୋଗ କିପରି ହେଲା? ଯଦି ଏସବୁ ପ୍ରଶ୍ନର ଉତ୍ତର ଆପଣ ମଧ୍ୟ ଖୋଜୁଛନ୍ତି ତେବେ ଏହାକୁ ନିଶ୍ଚିତ ପଢନ୍ତୁ …

କୁହାଯାଏ ଯେ, କାଜୁ କତଲିର ଆବିଷ୍କାର ଷୋଡଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟର ରାଜାଙ୍କ ପରିବାର ପାଇଁ କାର୍ଯ୍ୟ କରୁଥିବା ଜଣେ ପ୍ରକ୍ଷାତ ରୋଷେୟା ଭୀମରାଓ କରିଥିଲେ । ଭୀମରାଓଙ୍କୁ ଏକ ନୂତନ ପ୍ରକାରର ମିଠା ପ୍ରସ୍ତୁତ କରିବାକୁ ଆଦେଶ ଦିଆଯାଇଥିଲା ଯାହା ପୁରା ପରିବାରକୁ ପସନ୍ଦ ଆସିବ । ଭୀମରାଓ ବହୁ ଚିନ୍ତା କରିବା ପରେ ଶେଷରେ ପାର୍ସୀ ମାନେ ବାଦାମରେ ଯେଉଁ ମିଠା ପ୍ରସ୍ତୁତ କରନ୍ତି ସେହି ମିଠା ପ୍ରସ୍ତୁତ କରିଥିଲେ । କିନ୍ତୁ ସେ ସେଥିରେ ବାଦାମ ସ୍ଥାନରେ କାଜୁ ବ୍ୟବହାର କରିଥିଲେ । ଏହିପରି ଭାବରେ କାଜୁ କତଲିର ଆବିଷ୍କାର ହୋଇଥିଲା ।

ସେହିପରି ଆଉ ଏକ କାହାଣୀ ଅନୁଯାୟୀ, କାଜୁ କତଲିର ଆବିଷ୍କାର ମୋଗଲ କାଳରେ ହୋଇଥିଲେ । ଏହାକୁ ସର୍ବପ୍ରଥମେ ଜାହାଙ୍ଗୀରଙ୍କ ଶାସନ କାଳରେ ତିଆରି କରାଯାଇଥିଲା । କୁହାଯାଏ କି, ଶିଖ ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଜାହାଙ୍ଗୀରଙ୍କ ଆଦେଶ କ୍ରମେ ରୋଷେୟା ଏହି ମିଠାକୁ ପ୍ରସ୍ତୁତ କରିଥିଲେ । ସେହିପରି ଅନ୍ୟ ଏକ ଲୋକକଥା ଅନୁସାରେ, ଜାହାଙ୍ଗୀରଙ୍କ ରାଜ ପରିବାରର ରୋଷେୟା ଦିୱାଲୀ ଦିନ କାଜୁ, ଚିନି ଏବଂ ଘିଅକୁ ମିଶାଇ ଏକ ମିଠା ପ୍ରସ୍ତୁତ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ଏହି ମିଠା ବଣ୍ଟା ଯାଇଥିଲା । ଧିରେ ଧିରେ ଏହା ଦେଶର ଅନ୍ୟ କ୍ଷେତ୍ର ମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥିଲା ।

କାଜୁ କତଲି ଏକ ପାରମ୍ପାରିକ ଭାରତୀୟ ମିଠା | ଏହାକୁ ଘରେ ତିଆରି କରିବା ଅତ୍ୟନ୍ତ କଷ୍ଟକର ନୁହେଁ | ଏଥିରେ ପ୍ରଚୁର ପରିମାଣର ଚିନି ଥାଏ | ତଥାପି ଏହା ଗୁଲାବ ଜାମୁନ୍ କିମ୍ବା ଜଲେବି ଠାରୁ ମଧ୍ୟ ବହୁ ଗୁଣରେ ଭଲ । କାରଣ ସେଥିରେ ପ୍ରଥମେ ମଇଦା, ତେଲ ଏବଂ ବହୁ ପରିମାଣର ଚିନି ରହିଥାଏ |

Leave A Reply

Your email address will not be published.