Latest Odisha News

ଡିପଫେକର ଶୀକାର ହେଲେ ସାରା-ଶୁଭମନ

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶୀକାର ହୋଇଛନ୍ତି । ଯୁବ କ୍ରିକେଟର ଶୁଭମନ ଗିଲଙ୍କ ସହ ସାରାଙ୍କ ଫଟୋ ଯୋଡି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏବେ ଏହା ଭାଇରଲ ହୋଇଛି । ପ୍ରକୃତ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ସହ ଫଟୋ ଉଠାଇଥିଲେ । ଅର୍ଜୁନଙ୍କ ବଦଳରେ ଶୁଭମନଙ୍କ ଫଟୋ ଯୋଡାଯାଇଛି । ଏହା ପୂର୍ବରୁ ରଶ୍ମିକା ମାନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଚଳିତ ବିଶ୍ୱକପ କ୍ରିକେଟ ଅବସରରେ ଶୁଭମନ ଓ ସାରାଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି । ଅବଶ୍ୟ ଏ ନେଇ ଉଭୟଙ୍କ ପକ୍ଷରୁ କେହି ଏହାକୁ ପୃଷ୍ଟି କରି ନାହାନ୍ତି ।

ଡିପଫେକ ଭିଡିଓ ଏବେ ସେଲିବ୍ରେଟିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହା ଦ୍ୱାରା ସେମାନଙ୍କ ମାନ ସମ୍ମାନ ମଧ୍ୟ ହାନି ହେବାରେ ଲାଗିଛି । ଏହା ଏତେ ମାତ୍ରାରେ ବାସ୍ତାବ ଲାଗିଥାଏ ଯେ, ଜଣେ ଏ ବିଷୟରେ ନ ଜାଣିଥିଲେ ଏହାକୁ ସତ ଭାବିବ । ଯାହା କି ଏକ ମାରାତ୍ମକ କଥା । ଡିଫ ଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

Comments are closed.