ପୁରୀ: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ସେ ମର୍ମାହତ।
ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
ସୂଚନା ଥାଉକି ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ରବିବାର ସକାଳେ ଦଳାଚକଟା ଘଟି ଦୁଇ ମହିଳା ସମେତ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଛଅ ଜଣ ଆହତ ହୋଇଥିଲେ। ଘଟଣାଟି ଭୋରୁ ୪.୨୦ ସମୟରେ ଘଟିଥିଲା ଯେତେବେଳେ ଭକ୍ତଙ୍କ ଭିଡ଼ ଭିତରେ ୨ଟି ଚାର କାଠ ବୋଝେଇ ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁ ଠେଲାପେଲା ହୋଇଥିଲା। ଏଥିସହିତ ପହୁଡ ଶେଷ ହେବା ପରେ କୌଣସି ଘୋଷଣା କରାଯାଇନଥିଲା । ଫଳରେ ଲୋକଙ୍କ ମଧ୍ୟରେ ଠାକୁରଙ୍କୁ ଦେଖିବା ପାଇଁ ଦଳଚକଟା ପରି ସ୍ଥିତି ଉପୁଜିଥିଲା ।
Comments are closed.