Latest Odisha News

BREAKING NEWS

ହ୍ୱାଇଟ ହାଉସ ପୂର୍ବ ପ୍ରେସ ସେକ୍ରେଟାରୀ ସାରା ସ୍ୟାଣ୍ଡର୍ସଙ୍କୁ ଆଖି ମାରିଥିଲେ କିମ ଜୋଙ୍ଗ

ୱାଶିଂଟନ: ହ୍ୱାଇଟ ହାଉସର ପୂର୍ବ ପ୍ରେସ ସେକ୍ରେଟାରୀ ସାରା ସ୍ୟାଣ୍ଡର୍ସ ଗୁରୁବାର ଏକ ମଜାଦାର ବୟାନ ଦେଇଛନ୍ତି । ସେ ତାଙ୍କର ପୁସ୍ତକ ସ୍ପିକିଙ୍ଗ ଫର ମାଇସେଲ୍ଫରେ ଲେଖିଛନ୍ତି ଯେ, ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ତାଙ୍କୁ ଆଖି ମାରିଥିଲେ । ୨୦୧୮ ସିଙ୍ଗାପୁର ସମିଟରେ କିମ ଜୋଙ୍ଗ ଯୋଗ ଦେଇଥିଲେ । ସେ ଆଖି ମାରିବା ପରେ ମୁଁ ଏହି କଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣାଇଥିଲି । ସେ ମଜାଳିଆ ଢ଼ଙ୍ଗରେ କହିଥିଲେ, କିମ ଜୋଙ୍ଗ ତୁମକୁ ପସନ୍ଦ କରିଛନ୍ତି । ଏଥର ତୁମେ ଆମମାନଙ୍କ ପାଇଁ ଉତରକୋରିଆ ଯିବ । ଜବାବରେ ସାରା ଟ୍ରମ୍ପଙ୍କୁ ସାର ପ୍ଲିଜ.. ବୋଲି କହିଥିଲେ ।

ସୂଚନାଯୋଗ୍ୟ ସାରା ରିପବ୍ଲିକାନ ପାର୍ଟି ସହ ସମ୍ବନ୍ଧ ରଖିଥିବା ଏକ ବଡ ପରିବାରରୁ ଆସିଛନ୍ତି । ତାଙ୍କ ପିତା ୨୦୦୮ ଓ ୨୦୧୬ରେ ରାଷ୍ଟ୍ରପତି ପଦ ପାଇଁ ଲଢ଼ିଥିଲେ ।

Comments are closed.