Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ; ଥାନାରେ ମାମଲା

ବ୍ରହ୍ମପୁର: କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସ୍ଥିତ କୃଷ୍ଣ ଗଉଡ ନାମକ ଯୁବକ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ ତଥା ଆକ୍ରମଣ କରିଥିଲେ ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଗୋଳନ୍ଥରା ଥାନାର ଆଇଆଇସି ବାବୁଲି ନାୟକ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏଫଆଇଆର୍ ଦାଏର କରାଯିବା ସହ ତାଙ୍କ ବିରୋଧରେ ଆଇପିସି ଧାରାର ୩୪୧, ୩୨୩, ୩୨୫, ୩୫୪, ୨୯୪ ଓ ୫୦୫ ଲଗାଯାଇଛି ।

Leave A Reply

Your email address will not be published.