Latest Odisha News

BREAKING NEWS

ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ମୟୁରଭଞ୍ଜର ଏହି ୨ ଟି ଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଅନ୍ୟ ଜିଲ୍ଲା ସହ ମୟୁରଭଞ୍ଜରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଡା ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି ।

ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ମୟୁରଭଞ୍ଜ ଜିଲ୍ଲ ଅମର୍ଦ୍ଦା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଓ ଭାଲିଆଗଡ଼ିଆ ଗାଁକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ସ୍ବାବ ଟେଷ୍ଟ ପରେ ଏହି ଦୁଇ ଗାଁରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ସ୍ଥାନୀୟ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଆସନ୍ତା ୩୧ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୁଇଟି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଏଠାରେ କଟକଣା କଡାକଡି ହେବା ସହ ଆଇନ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.