Latest Odisha News

BREAKING NEWS

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୩୦ ବର୍ଷର ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ

ଅଯୋଧ୍ୟା: ସୀତାରାମ, ସୀତାରାମ ଧୂନରେ ଖାଲି ଆଯୋଧ୍ୟା ନୁହେଁ ସାରା ଭାରତ ଉତ୍ସବମୁଖରିତ ହୋଇ ଉଠିଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆଉ ଏକ ଦୀପାବଳୀକୁ ଡାକି ଆଣିଛି । ତେବେ ମହାପ୍ରଭୂଙ୍କ ଶ୍ରୀରାମଙ୍କ ଏହି କାର୍ଯ୍ୟ ପାଇଁ ଅନେକ ଭକ୍ତ ଶରୀର, ମନ ଓ ଧନରେ ନିଜକୁ ପରୋକ୍ଷ ଭାବେ ନିୟୋଜିତ କରିଛନ୍ତି । ଝାଡଖଣ୍ଡର ୮୫ ବର୍ଷୀୟା ସରସ୍ୱତୀ ଦେବୀ ରାମ ମନ୍ଦିର ନ ହେବା ପର୍ଯ୍ୟନ୍ତ ମୌନବ୍ରତ ରଖିଥିଲେ । ଦିନେ ଅଧେ ନୁହେଁ ତାଙ୍କୁ ଏଥିପାଇଁ ୩୦ ବର୍ଷ ଅପେକ୍ଷା କରିବାକୁ ପଡିଲା । ଆଉ ଯେତେବେଳେ ସେ ବେଳା ଆସିଲା..ସେତେବେଳେ ଲୋତକଭରା ଚକ୍ଷୁ ଓ କୋହଭରା କଣ୍ଠରେ ସେ ଗାଇ ଉଠିଥିଲେ ସୀତାରାମ..ସୀତାରାମ ରାମଲାଲ କୋ ଗୋଦ ମେଁ ଖିଲାଏ ମେରୀ କୌଶଲ୍ୟା ମୟା କି ଜୟ ହୋ ।

୬ ଡିସେମ୍ବର ୧୯୯୨ରେ ବିବାଦୀୟ ଢ଼ାଂଚା ଭାଙ୍ଗିବା ପରେ ସରସ୍ୱତୀ ଦେବୀ ମୌନ ଧାରଣ କରିଥିଲେ । ଆଜି ଏହାକୁ ଭଙ୍ଗ କରିବା ପରେ ତାଙ୍କ ୬୦ ବର୍ଷୀୟ ପୁତ୍ର ହରିରାମ ଅଗ୍ରୱାଲ ଭାବପ୍ରବଣ ହୋଇପଡିଥିଲେ । ସରସ୍ୱତୀ ଘରେ ତାଙ୍କର ଯାହା ଆବଶ୍ୟକତା ଥିଲା ତାହା ସେ ଲେଖି କରି ଜଣାଉଥିଲେ । ସେ ଅଧିକାଂଶ ସମୟ ତୀର୍ଥ ସ୍ଥାନ ଭ୍ରମଣ କରି କାଟିଥାନ୍ତି । ମାଆଙ୍କ ପାଟିରୁ ସୀତରାମ ଧୂନ ବେଶ ମଧୂର ଥିଲା ବୋଲି ହରିରାମ କହିଛନ୍ତି ।

Leave A Reply

Your email address will not be published.