ଭୁବନେଶ୍ୱର: ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଅବସରରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ ।
ବସନ୍ତ ଋତୁର ୫ମ ଦିନରେ ମାଆଙ୍କର ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ ।
ମା ବାଗଦେବୀଙ୍କ ଆଶିଷ ଭିକ୍ଷା କରି ଶିକ୍ଷାନୁଷ୍ଠାନ ଗୁଡିକରେ ବିଶେଷ ଆୟୋଜନ କରାଯାଇଛି ।
ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ମାଙ୍କ ପୂଜା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମାଆଙ୍କ ପୂଜା ସହ ଅନେକ ଶିକ୍ଷାନୁଷ୍ଠାନରେ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଛି ।
Comments are closed.