Latest Odisha News

ରୋମ୍ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଶାଢି ପିନ୍ଧାରେ ଭାରତୀୟ ମହିଳାଙ୍କ ସହିତ ବିଶ୍ୱର ଅନ୍ୟ କୌଣସି ଦେଶର ମହିଳାଙ୍କୁ ତୁଳନା କରା ନ ଯାଇପାରେ । କାରଣ ଶାଢି ହେଉଛି ଭାରତୀୟ ସଂସ୍କୃତିର ଏ୍ୟୌତିହ୍ୟ, ଯାହାକୁ ସାରା ବିଶ୍ୱ ଅନୁକରଣ କରେ । ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫେଶନ ଶୋରେ ଶାଢି ପିନ୍ଧା ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଇଥାଏ । ତେବେ ଫେଶନ ଶୋରେ ନୁହେଁ, ରୋମ୍ ମହାନଗରୀର ରାଜରାସ୍ତାରେ ଜଣେ ଭାରତୀୟ ମହିଳା ଶାଢି ପିନ୍ଧି ଚାଲିଥିବା ବେଳେ ତାଙ୍କ ଷ୍ଟାଇଲ ଓ ଲୁକ୍‌କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଧୁମ୍ ଚର୍ଚ୍ଚା ।

ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ପଲ୍ଲବୀ ରାଜ୍ ତାଙ୍କ ପ୍ରଥମ ବିବାହ ବାର୍ଷିକୀ ଅବସରରେ ରୋମ ସହରକୁ ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ଗୋଲାପୀ ରଙ୍ଗର ଶାଢି ପିନ୍ଧି ବୁଲୁଥିବା ନଜର ଆସିଥିଲେ । ଏହି ସମୟରେ ସେଠାକାର ଲୋକେ ତାଙ୍କୁ ବୁଲି ବୁଲି ଚାହିଁବା ସହ କରିତାଳି ମାରିଥିଲେ । ତାଙ୍କର ଏହି ଲୁକ୍ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପଲବୀଙ୍କ ଆତ୍ମବିଶ୍ୱାସକୁ ଦେଖି ଅନେକ ଲୋକ ତାଙ୍କର ପ୍ରଶଂସା ବି କରିଥିଲେ । ପଲ୍ଲବୀ ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଏହି ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ କେହି କେହି ନକାରାତ୍ମକ ପ୍ରତିକ୍ରିୟା ବି ଦେଇଛନ୍ତି । ଅନେକ ଲେଖିଛନ୍ତି, ଶାଢ଼ିରେ ତୁମେ ବହୁତ ସୁନ୍ଦର ଦେଖାଯାଉଛ । ଆଉ କିଛି ଲେଖିଛନ୍ତି, ଭାରତୀୟ ଯୋଗୁ ଆମେ ଗର୍ବିତ ।

 

Comments are closed.