Latest Odisha News

BREAKING NEWS

ଝିଅ ସହ ସମୁଦ୍ରରେ ସମୟ କାଟୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ପରିବାରକୁ ଅଧିକ ସମୟ ଦେଉଛନ୍ତି । ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସ୍ୱାମୀ ନିକ୍ ଜୋନାସ ଓ ଝିଅଙ୍କ ସହ ସମୟ କାଟିଥାନ୍ତି ପ୍ରିୟଙ୍କା । ଏବେ ସେ ଝିଅ ସହ ସମୁଦ୍ରରେ ଖେଳୁଥିବାର ନଜର ଆସିଛନ୍ତି । ଏହାର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବଲିଉଡ଼ ପରେ ହଲିଉଡ୍‌ରେ ପାଦ ଦେଇଥିବା ପ୍ରିୟଙ୍କା ଚୋପ୍ରା ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ତାଙ୍କ ପରିବାର ସହିତ ଏକ ସମୁଦ୍ର କୂଳରେ ଛୁଟି କାଟୁଥିବା ନଜର ଆସିଛନ୍ତି । ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ସ୍ୱାମୀ ନିକ ଓ ଝିଅ ମାଳତୀ ସହ ସମୁଦ୍ରରେ ଖେଳିବା ସହ ମଜା କରୁଥିବା ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ ପ୍ରିୟଙ୍କା ବିକିନ ପିନ୍ଧି ସ୍ୱାମୀ ନିକ ଜୋନାସଙ୍କ କୋଳରେ ବସିଛନ୍ତିି । ଫଟୋରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.