ନୂଆଦିଲ୍ଲୀ: ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ତାଙ୍କୁ ବିଦେଶ ମାଟିରେ ଖେଳିବା ପାଇଁ ସୁଯୋଗ ମିଳି ନାହିଁ । ଇଂଳଣ୍ଡ ବିପକ୍ଷ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନ ଥିଲା । ତାଙ୍କ ଫିଜିକାଲ ଫିଟନେଶ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହା ତାଙ୍କ ପାଇଁ ବଡ ଝଟକା ଥିଲା । ସେ ନିରାଶ ନ ହୋଇ ପୂନର୍ବାର ପରିଶ୍ରମ କରିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସର୍ଫରାଜ ୧୭ କିଲୋଗ୍ରାମ ଓଜନ କମାଇ ସାରିଛନ୍ତି । ତାଙ୍କୁ ଚିହ୍ନିବା ଏବେ ସହଜ ମନେ ହେଉନି ।
୨ ମାସ ମଧ୍ୟରେ ସେ ନିଜ ଶରୀରକୁ ଏକ ସୁନ୍ଦର ରୂପ ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ ମଧ୍ୟ ଲାଗୁଛନ୍ତି । ତାଙ୍କ ଫିଟନେସ ନେଇ ଯେଉଁମାନେ ପ୍ରଶ୍ନ ଉଠାଇଥିଲେ ସର୍ଫରାଜ ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି । ସର୍ଫରାଜ ଇଂଲଣ୍ଡରେ ଭାରତ ଏ ପକ୍ଷରୁ ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ପ୍ରଥମ ମ୍ୟାଚରେ ସେ ୯୨ ରନର ଇନିଂସ ଖେଳିଥିଲେ । ସେହିପରି ଇଂଟ୍ରା ସ୍କ୍ୱାଡ ମ୍ୟାଚରେ ୧୦୧ ରନର ସଂଗ୍ରହ କରିଥିଲେ । ଭାରତୀୟ ଟେଷ୍ଟ ଟିମରେ କିପରି ସ୍ଥାନ ପାଇବି ତାହା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସର୍ଫରାଜଙ୍କ ପରିଶ୍ରମକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଛନ୍ତି ।
Comments are closed.