Latest Odisha News

କାର ଦୁର୍ଘଟଣାରେ କ୍ରିକେଟର ମୁଶୀର ଆହତ

ନୂଆଦିଲ୍ଲୀ: କ୍ରିକେଟର ସର୍ଫରାଜ ଖାଁଙ୍କ ଭାଇ ମୁଶୀର ଖାଁ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୯ ବର୍ଷୀୟ ମୁଶୀର କାନପୁରରୁ ଲକ୍ଷ୍ନୌ ବାପା ଏବଂ କୋଚ ନୈଶାଦ ଖାଁଙ୍କ ସହ କାରରେ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ବେକ ପଛ ପଟେ ଆଘାତ ଲାଗିଛି । ସେ ଏବେ ଦୀର୍ଘ ସମୟ ପାଇଁ କ୍ରିକେଟଠାରୁ ଦୂରେଇ ରହିବେ । ସୁସ୍ଥ ହେବାକୁ ଅତି କମରେ ତାଙ୍କୁ ୬ ସପ୍ତାହ କିମ୍ବା ୩ ମାସ ସମୟ ଲାଗିବ । ମୁଶୀର ଆଗାମୀ ଇରାନୀ କପ କ୍ରିକେଟରୁ ଓହରି ଯାଇଛନ୍ତି । ଅବଶ୍ୟ ମୁମ୍ବାଇ କ୍ରିକେଟ ପକ୍ଷରୁ ଏ ନେଇ ଅଫିସିଆଲ ଭାବେ କୌଣସି କୌଣସି ଘୋଷଣା କରାଯାଇ ନାହିଁ ।

ମୁଶୀର ପ୍ର୍‌ଥମ ଶ୍ରେଣୀ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ଦୁଲୀପ ଟ୍ରଫିରେ ସେ ୧୮୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ୫୧.୧୪ ଆଭରେଜରେ ୧୫ଟି ଇନିଂସ ଖେଳି ୭୧୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ।

Leave A Reply

Your email address will not be published.