Latest Odisha News

BREAKING NEWS

ଭାରତୀୟ ଟେଷ୍ଟ ଦଳକୁ ଫେରିଲେ ସରଫରାଜ: ଓହରିଲେ ସାଇ ସୁଦର୍ଶନ, ୧୫ରୁ ଗାଲେରେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଆଘାତପ୍ରାପ୍ତ ବ୍ୟାଟର ସାଇ ସୁଦର୍ଶନଙ୍କ ସ୍ଥାନରେ ଦୁଇ ବର୍ଷ ପରେ ସରଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ବିସିସିଆଇ ରବିବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତା ୧୫ ଅଗଷ୍ଟରୁ ଗାଲେଠାରେ ଖେଳାଯିବ । ସରଫରାଜ ଶେଷ ଥର ପାଇଁ ୨୦୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।  ସେ ଏପର୍ୟ୍ୟନ୍ତ ଭାରତ ପାଇଁ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କାଏ ବିପକ୍ଷ ମ୍ୟାଚ୍‌ରେ ସୁଦର୍ଶନଙ୍କ ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଥିଲା । ସେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିହାବିଲିଟେସନ୍‌ରେ ଅଛନ୍ତି ଏବଂ ମେଡିକାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ।

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତର ଏକାଧିକ ପ୍ରମୁଖ ଖେଳାଳି ଆଘାତପ୍ରାପ୍ତ ହୋଇସାରିଛନ୍ତି । ଜସପ୍ରୀତ ବୁମରା ଆଣ୍ଠୁ ,ୱାଶିଂଟନ୍ ସୁନ୍ଦର ହ୍ୟାମଷ୍ଟ୍ରିଙ୍ଗ୍ ଆଘାତ ହେତୁ ପ୍ରଥମ ଟେଷ୍ଟରୁ ବାଦ୍ ।  ହର୍ଷିତ ରାଣା, ନିତୀଶ କୁମାର ରେଡ୍ଡୀ ଏବଂ ଆକାଶ ଦୀପ ମଧ୍ୟ ଆଘାତ ଯୋଗୁଁ ଉପଲବ୍ଧ ନାହାନ୍ତି । ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତର ଅପଡେଟେଡ୍ ଦଳ; ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜାଇସ୍ୱାଲ, ରିଷଭ ପନ୍ତ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବ୍ରାର୍, ଦେବଦତ୍ତ ପାଡିକ୍କଲ, ସାରାଂଶ ଜୈନ, ଆକ୍ୱିବ ନବୀ ଏବଂ ସରଫରାଜ ଖାନ୍।

Comments are closed.