Latest Odisha News

କୋଡ଼ିଏ ବର୍ଷରେ ‘ବାହାରେ ବର୍ଷା’: ଏକ ପାଠକୀୟ ଆସର

ଭୁବନେଶ୍ୱର: ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ କୁ କୋଡ଼ିଏ ବର୍ଷ ପୁରିଛି । ଏହି ଅବସରରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବା ସହିତ ଏକ ମନୋଜ୍ଞ ପାଠକୀୟ ଆସର ଆୟୋଜିତ ହୋଇଯାଇଛି । ୱିସଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଏକ ବର୍ଷଣମୁଖର ସଂଧ୍ୟାରେ ଆୟୋଜିତ ଏହି ଆସରରେ ବରିଷ୍ଠ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ, କଥାକାର ଗୌରହରି ଦାସ, କାଦମ୍ବିନୀର ସମ୍ପାଦିକା ତଥା ସୁଲେଖିକା ଇତି ସାମନ୍ତ ନୂତନ ସଂସ୍କରଣଟିକୁ ଲୋକାର୍ପିତ କରିବା ସହିତ ଉପନ୍ୟାସକୁ ନେଇ କିଛି ସ୍ମୃତି ଓ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ, କୋଡ଼ିଏ ବର୍ଷ ତଳେ ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇବା ପୂର୍ବରୁ ବହୁଳ ପ୍ରସାରିତ ‘କାଦମ୍ବିନୀ’ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇ ବିପୁଳ ପାଠକୀୟ ଶ୍ରଦ୍ଧା ହାସଲ କରିଥିଲା ।

ଯୁବ ଲେଖକ ନେତାଜୀ ଅଭିନନ୍ଦନଙ୍କ ସଂଯୋଜନାରେ ଅଖିଳ କୁମାର ମିଶ୍ର, ଶରତ ନାୟକ, ବିଜୟ ମଲ୍ଲ, ରକ୍ଷକ ନାୟକ, ପଞ୍ଚାନନ ନାୟକ, ପବିତ୍ର ମୋହନ କର, ଜ୍ଞାନରଞ୍ଜନ ନାୟକ, ସୀମନ୍ତ ମହାନ୍ତି ପ୍ରମୁଖ ଭାବବିନିମୟ କରିଥିବା ବେଳେ ପ୍ରକାଶ ମହାପାତ୍ର ବଂଶୀବାଦନ ଓ ଅର୍ପତା ପତି କଣ୍ଠସଙ୍ଗୀତ ପରିବେଷଣ କରିଥିଲେ। ଯୁବ କଥାକାର ଦେବବ୍ରତ ଦାସ ଔପନ୍ୟାସିକ ସରୋଜ ବଳଙ୍କ ସହ ଏକ ସାକ୍ଷାତକାର ମଧ୍ୟ ନେଇଥିଲେ।

ଏହି ଆସରରେ ପ୍ରବୀଣା ମହାନ୍ତି, ସୂର୍ଯ୍ୟ ମିଶ୍ର, ପଦ୍ମକାନ୍ତ ଧଳ, ସ୍ୱାଗତିକା ସ୍ୱାଇଁ, ମୌସୁମୀ ଦାସ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସଂଜୟ ଭଟ୍ଟ, ସୃଷ୍ଟିଶ୍ରୀ ନାଏକ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ମନୀଷା ବିଶ୍ୱାଳ, ସ୍ୱରୂପ କୁମାର ନାୟକ, ଓଁକାର ରାଉତ, ଅମିତାଭ ଖିଲାର, ଶ୍ରୀଗୋବିନ୍ଦ, ସୁଧୀର ମଉଡ଼ମଣି, ପ୍ରଜ୍ଞା ପାରମିତା ରଥ, ବେଦପ୍ରକାଶ ନାୟକ ପ୍ରମୁଖ ବହୁ ସରୋଜପ୍ରେମୀ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.