Latest Odisha News

ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ, ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାକାର ୨୦୧୨ କ୍ୟାଡର ଆଇଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଗତ ୬ ତାରିଖ ଦିନ ବଦଳି କରାଯାଇଥିଲା। ଶ୍ରୀ ସାମଲଙ୍କ ସ୍ଥାନରେ ସୋନପୁରର ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ମିଳିଥିଲା।

ସେହିପରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଥିବା ୨୦୧୧ କ୍ୟାଡର ଆଇଏଏସ୍‌ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବଦଳି ହୋଇଛି। ଶ୍ରୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀ ତ୍ରିପାଠୀ ଏସ୍‌ସିଏସ୍‌ଟିଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.