Latest Odisha News

ନୂଆପଡାରେ ସାମ୍ବାଦିକଙ୍କ ବୁମ୍ ଫିଙ୍ଗି ଅପମାନିତ କଲେ ପ୍ରକ୍ସି ସରପଞ୍ଚ

ନୂଆପଡା: ରାଜ୍ୟ ତଥା ରାଜ୍ୟ ବାହାରେ ବାରମ୍ବାର ସାମ୍ବାଦିକ ମାନେ କେବେ ରାଜନେତା ତ କେବେ ସରକାରୀ କର୍ମଚାରୀ ତ ଆଉ କେବେ ଅସାଧୁ ବ୍ୟକ୍ତି ଙ୍କ ଆକ୍ରମଣ ର ଶିକାର ହେଉଛନ୍ତି । ହେଲେ ସରକାରଙ୍କ ଉକ୍ତ ଆକ୍ରମଣ କାରୀଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ଏହା କମିବା ବଦଳରେ ବଢ଼ିବଢ଼ି ଚାଲିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ପଲସଦା ଗାଁ ରୁ ।

BjdElectrycity

ଏଠି ସାମ୍ବାଦିକ ଙ୍କୁ ଅପମାନିତ କରିବା ସହ ଅସଭ୍ୟ ଭାଷାରେ ଗାଳଗୁଲଜ କରି ତାଙ୍କ ବୁମ୍ କୁ ଟାଣି ଫିଙ୍ଗି ଦେଇଛନ୍ତି ଜଣେ ପ୍ରକ୍ସି ସରପଞ୍ଚ । ଵୁମ୍ ଫିଙ୍ଗିଥିବା ବ୍ୟକ୍ତି ଜଣକ ହେଲେ ପଳସଦା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ବେହେରା ।

ସୂଚନା ଅନୁସାରେ, ପଳସଦା ଗାଁରେ ଜଗନ୍ନାଥ ପ୍ରକଳ୍ପ ରଥ ଶୋଭାଯାତ୍ରା ଚାଲୁଥିବା ସମୟରେ ସ୍ଥାନୀୟ PEO ଙ୍କ ପ୍ରତିକ୍ରିୟା ଲୋଡିଥିଲେ G99 ଓ ଗାଁ ଗହଳି ଖବର ୱେବ୍ ଚ୍ୟାନେଲ ର ପ୍ରତିନିଧି ମିନିକେତନ ନାଏକ । ପ୍ରତିକ୍ରିୟା ନେଉଥିବା ସମୟରେ PEO ଜଣକ ମାତାଲ୍ ଥିବା ସ୍ପଷ୍ଟ ଜଣାପଡୁଥିଲେ ।
PEO ଙ୍କୁ ପ୍ରତିକ୍ରିୟା ମାଗୁଥିଲେ ହେଲେ ଏଥିରେ ରାଗି ଯାଇ ସ୍ଥାନୀୟ ସରପଞ୍ଚ ଙ୍କ ସ୍ବାମୀ ସାମ୍ବାଦିକ ଙ୍କ ବୁମ୍ ଟାଣି ଫିଙ୍ଗିଦେଇ ଅନେକ ଭିତ୍ତି ହିନ ପ୍ରଶ୍ନ ପଚାରିଥିଲେ । ଏପାଖ ରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ସାମ୍ବାଦିକ ଙ୍କ ହାତରୁ ବୁମ୍ ଛଡ଼ାଇବାର ଅଧିକାର ତାଙ୍କୁ ଦେଲା କିଏ? ଏଥିରେ ସରପଞ୍ଚ ଙ୍କ ସ୍ବାମୀ ହସ୍ତକ୍ଷେପ କରିବା ର କାରଣ କଣ? କେଉଁ ସ୍ବାର୍ଥ ରେ PEO ଙ୍କୁ ସେ ସୁରକ୍ଷା ଦେଉଥିଲେ ତାହା ଏବେ ପ୍ରଶ୍ନବାଚୀ ?

ଏ ବାବଦରେ ସାମ୍ବାଦିକ ଜଣକ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବିଭିନ୍ନ ସାମ୍ୱାଦିକ ସଂଗଠନ ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅସୁରକ୍ଷିତ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ପ୍ରକ୍ସୀ ସରପଞ୍ଚ ମାନେ ତାଙ୍କ ମନମୁଖୀ ଚଳାଇ ପାରିବେ ନାହିଁ, ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ କଥା କହୁଥିବା ବେଳେ ପଳସଦା ରେ ଏହାର ଖୁଲୁମଖୁଲା ଉଲଂଘନ ହେଉଛି । ଏହାର ସଦ୍ୟ ଉଦାହରଣ ହେଉଛି ଆଜିର ଘଟଣା ।

ଜଣେ ସାମ୍ବାଦିକ ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଙ୍କ ସହ କଥାବାର୍ତ୍ତା ସମୟରେ ସରପଞ୍ଚ ବଦଳରେ ତାଙ୍କ ସ୍ବାମୀ ଦାଦାଗିରି କରିବା ହାସ୍ୟାସ୍ପଦ ଘଟଣା । ଏହାକୁ ନେଇ ସାମ୍ବାଦିକ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଆଜି ଜିଲ୍ଲା ର ବିଭିନ୍ନ ସଂଘ ର ଶତାଧିକ ସାମ୍ବାଦିକ ବୋଡ଼େନ IIC ଓ ବୋଡ଼େନ ବିଡ଼ିଓ ଙ୍କୁ ଭେଟି ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନଷ୍ଠାନ ସହ ପୀଡ଼ିତା ସାମ୍ବାଦିକ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନହେଲେ ସମୂହ ସାମ୍ବାଦିକ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମୂହ ସାମ୍ବାଦିକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.