Latest Odisha News

BREAKING NEWS

କୋଭିଡ ନିୟମ ଉଲଂଘନ କରିବାରୁ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା

ବରଗଡ଼: କୋଭିଡ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଦେଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା ।

ଗାଇସିଲାଟର ବ୍ଲକର ଡେଭଲପମେଣ୍ଟ ଅଫିସର (ବିଡିଓ) ନିରଂଜନ ସା ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ପାଖାପାଖି ୧୫୦ ଗ୍ରାମବାସୀଙ୍କ ସହ ଗଉରେନମୁଣ୍ଡା ପଞ୍ଚାୟତର ସରପଞ୍ଚ ମାଲବା ସାହୁ ବିଡ଼ିଓ ଅଫିସ ଘେରାଉ କରିଥିଲେ ।

କିରୋସିନ୍ ତେଲର କଳା ବଜାରୀକୁ ବିରୋଧ କରି ସରପଞ୍ଚ ଏବଂ ଗ୍ରାମବାସୀ ମାନେ ଏହି ଘେରାଉ କରିଥିଲେ।

ବିଡିଓ ଦେଇଥିବା ସୂଚନାନୁଯାୟୀ, ଏହି ଘେରାଓ ବେଆଇନ ଅଟେ। ଏଥିସହ ସରପଞ୍ଚ ଏହି ବିରୋଧ ପ୍ରଦର୍ଶନ ପାଇଁ ପୂର୍ବରୁ କୌଣସି ଅନୁମତି ମଧ୍ୟ ନେଇ ନାହାଁନ୍ତି ।

କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ ଜରିମାନା ଟଙ୍କା ପୈଠ କରିବା ସହ ତାଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ସରପଞ୍ଚ ଜଣାଇବେ ବୋଲି ବିଡ଼ିଓ କହିଛନ୍ତି।

Comments are closed.