Latest Odisha News

BREAKING NEWS

ପୂର୍ବ ଶତୃତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଧୋଲମାରା ପଞ୍ଚାୟତର ସରପଞ୍ଚଙ୍କୁ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତକଙ୍କ ନାମ ସୁଶାନ୍ତ ବେହେରା ବୋଲି ଜଣାପଡିଛି।

ସୂଚନାନୁସାରେ, ପଞ୍ଚାୟତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ ମରଣାନ୍ତକ ଅସ୍ତ୍ର ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେକୁ ସ୍ଥାନାନ୍ତର କରାଯାଇଥିଲା, ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ପାଇବା ପରେ ଖଣ୍ଡପଡା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା କରାଯାଉଥିବା କୁହାଯାଉଛି ।

 

Leave A Reply

Your email address will not be published.