Latest Odisha News

BREAKING NEWS

ସମ୍ବଲପୁରକୁ ଡେଇଁଲା କରୋନା: ରାଜ୍ୟରେ ୯୧ ନୂଆ ଆକ୍ରାନ୍ତଙ୍କ ସହ ୮୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯୧ ପଜିଟିଭ ।

ଏହାସହ କରୋନା ମ୍ୟାପରେ ଯୋଡି ହୋଇଛି ରାଜ୍ୟର ଆଉ ଏକ ଜିଲ୍ଲା। ଏପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା ସମ୍ବଲପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ୯୧ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲାରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

କଟକ ଜିଲ୍ଲାରୁ ୧୨ ଜଣ, ପୁରୀରୁ ୭ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧା ରୁ ୩ ଜଣ ବଲାଙ୍ଗୀରରୁ ୨ ଜଣ, କେନ୍ଦ୍ରାପଡାରୁ ଜଣେ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି । ଏହି ୪ ଜଣଙ୍କ ମଧ୍ୟରେ ଜଣେ ସରପଞ୍ଚ ରହିଥିବା ସୂଚନା ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.