Latest Odisha News

୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଧର୍ମଗଡ଼: ୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦୀନେଶ ରାଉତ ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଛନ୍ତି।‌ ନିଜ କାର୍‌ରେ ଟଙ୍କା ନେଇ ଯାଉଥିଲା ବେଳେ ପିଛା କରି ଧରିଲା ଭିଜିଲାନ୍ସ।

ସରପଞ୍ଚଙ୍କ ବୃନ୍ଦାବାହାଲ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ କରିଛି। ସରପଞ୍ଚଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍। ଅନୈତିକ ଉପାୟରେ ସେ ୫ ଲକ୍ଷ ୪୦ ହଜାର ଟଙ୍କା‌ ସଂଗ୍ରହ କରି ଘରକୁ ଫେରୁଥିବା ନେଇ ଭିଜିଲାନ୍ସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇଥିଲା। ଏକ ବୋଲୋରେ ଯୋଗେ ଘରକୁ ଫେରୁଥିବା ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ଗାଡିକୁ ସିଜ କରିବା ସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ନବରଙ୍ଗପୁର ନେଇଥିବା ବେଳେ ଆଉ ଦୁଇଟି ଟିମ୍ ତାଙ୍କ ଘର ଏବଂ ଆଉ ଏକ ସ୍ଥାନରେ ଚଢାଉ ଜାରି ରଖିଛି।

Comments are closed.