Latest Odisha News

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ ଖରାପ ହେବା କାରଣରୁ ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ଡାକ୍ତରଖାନାକୁ ନିଆଯାଇଥିଲା ।

BjdElectrycity

ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଚଳିତ ନିର୍ବାଚନରେ ସେ ମଳିଗୁଡା ପଞ୍ଚାୟତ ପାଇଁ ପ୍ରତିତ୍ୱନ୍ଦିତା କରୁଥିବା ବେଳେ ତାଙ୍କ ନିର୍ବାଚନୀ ଚିହ୍ନ ଥିଲା ଖୋଲାଛତା । ଏନେଇ ସେହି ଅଞ୍ଚଳର ସରପଞ୍ଚ ନିର୍ବାଚନ ସ୍ଥଗିତ ରହିଛି ।ଅନ୍ୟସବୁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.