Latest Odisha News

BREAKING NEWS

[ଭିଡିଓ] ମତଦାନ ଖବର ସଂଗ୍ରହ ବେଳେ ୪ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

ପିପିଲି: ନିର୍ବାଚନ ସମୟରେ ମତଦାନ ଖବର ସଂଗ୍ରହ କରିବାକୁ ଯାଇ ୪ଜଣ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି ଏହି ଘଟଣା । ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି ହେଲେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରା ମ୍ୟାନ ଚିତନ ସ୍ୱାଇଁ ଏବଂ ନ୍ୟୁଜ ୭ର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରା ମ୍ୟାନ୍ ରବି ତ୍ରିପାଠୀ ।

କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ ବୁଥକୁ ନିଜ କବ୍ଚା କରିବାକୁ ଉଦ୍ୟମ କରିଥଲେ । ଏହି ସମୟରେ ଉପସ୍ଥିତ ଥିବା ୪ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରୁଥିଲେ । ଏହା ଦେଖି ଦୁବୃର୍ତ୍ତମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ।

ଆକ୍ରମଣକାରୀମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ୍ ଏବଂ ବ୍ୟାକ୍-ପ୍ୟାକ୍ ଭାଙ୍ଗିବା ସହ ଛଡାଇ ନେଇଯାଇଥିଲେ । ଆହତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Comments are closed, but trackbacks and pingbacks are open.