Latest Odisha News

BREAKING NEWS

ମିଳିମିଶି ଲାଞ୍ଚ ନେଉଥିଲେ ଆଇଆଇସି ଓ ଏଏସ୍ଆଇ: ମାଡ଼ି ବସିଲା ଭିଜିଲାନ୍ସ

ଜୟପୁର: ରକ୍ଷକ ହୋଇ ଭକ୍ଷକ ସାଜିଥିଲେ । ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ୱ । ହେଲେ ଟଙ୍କା ଲୋଭରେ ସୁରକ୍ଷା ବିପନ୍ନ କଲେ ।  ମିଳିମିଶି ଲାଞ୍ଚ ନେଉଥିଲେ । ରେଡ ହାଣ୍ଡରେ ଧରିଲା ଭିଜିଲାନ୍ସ  । ଏବେ ଜାଲରେ ପଡିଛନ୍ତି ଦଶମନ୍ତପୁର ଆଇଆଇସି ଓ ଏଏସଆଇ ଉଭୟେ।

ସାମାନ୍ୟ ମାମଲାର ରଫା ଦଫା କରିବା ନେଇ ଆଠ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉଭୟଙ୍କୁ ଧରିଛି ଭିଜିଲାନ୍ସ  । ଏହି ଦୁଇ ଥାନାବାବୁ ହେଲେ  ଥାନା ଅଧିକାରୀ ଚନ୍ଦ୍ର ଭାନୁ ମହାନ୍ତି ଓ ମହିଳା ପୋଲିସ ଏ ଏସ୍ ଆଇ ଦୀପିକା ହିରା ।  କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାରେ ଆଜି ଅପରାହ୍ନରେ ଏକ ମାମଲାକୁ ରଫାଦଫା କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁରର ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି ଭାନୁ ଓ ଦୀପିକା ।

ସୂଚନା ମୁତାବକ, ଗତ କିଛି ମାସ ତଳେ ଏସ୍ ତଟା ଗୁଡା ଗାଁର ବୀରେନ୍ଦ୍ର ଖୋସଲା ନାମକ ଜଣେ ଯୁବକ ନାଁରେ  ମାମଲା ରୁଜୁ ହୋଇଥିଲା। ଏହି ମାମଲାର ରଫା ଦଫା କରିବା ଲାଗି ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ୧୦ ହଜାର ଟଙ୍କା ମାଗିଥିଲେ। ଏଥିରେ ଯୁବକ ଗିରଫ ନ ହେବା ଭୟରେ ଟଙ୍କା ଦେବାକୁ ମାନି ଥିଲେ।   ଗତ ୨୪ ତାରିଖ ଦିନ ଏ ଏସ୍ ଆଇ ଦୀପିକା ହିରାଙ୍କ ହାତରେ ୫ ହଜାର ଟଙ୍କା ଦେଇ ଥିଲେ।

ଅବଶିଷ୍ଟ ଟଙ୍କା ଆଜି ଶୁକ୍ରବାର ଦିନ ଦେବାକୁ କୁହାଯାଇଥିଲା। ହେଲେ ଏଏସ୍ଆଇ ଶ୍ରୀମତୀ ହିରା ଅଧିକ ୩ ହଜାର ଟଙ୍କା ଯୁବକକୁ ଦାବି କରିଥିଲେ। ଏହା ଶୁଣିବା ପରେ ଯୁବକ ଜଣକ ଜୟପୁର ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଥିଲେ। ଏବଂ ଘଟଣା ସମ୍ପର୍କରେ ଲିଖିତ ଭାବେ ଭିଜିଲାନ୍ସ ଅଫିସ୍ ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଯୁବକ ସହ ଭିଜିଲାନ୍ସ ଟିମ୍ ଦଶମନ୍ତପୁର ଥାନା ରେ ପହଞ୍ଚି ଥିଲେ।

ପ୍ରଥମେ ବିରେନ୍ଦ୍ର ଥାନା ଅଧିକାରୀ ପାଖରେ ଯାଇଥିଲେ । କିନ୍ତୁ ଏଏସ୍ଆଇ ହିରାଙ୍କୁ ଭେଟି ଟଙ୍କା ଦେବାକୁ କହିଥିଲେ। ଯାହା ଦ୍ଵାରା ଯୋଜନା ବଦ୍ଧଭାବେ ଥାନା କାର୍ଯ୍ୟାଳୟରେ ନଗଦ ୮ ହଜାର ଟଙ୍କା ଏ ଏସ୍ ଆଇ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସି ଥିଲା  । ଭିଜିଲାନ୍ସ ଟମ ତାଙ୍କ ଠାରୁ ଆଠ ହଜାର ଟଙ୍କା ଜବତ କରିଛି । ଏଥିସହି  ଏଏସ୍ଆଇ  ହିରା  ଏବଂ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଅଧିକ ପଚରାଉଚରା ପାଇଁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.