ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ନେତା ଭି.କେ ଶଶିକଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନରନ୍ତର ଭାବେ ନଜର ରଖାଯାଇଛି। ଏ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଶଶିକଲା ଗୁରୁବାର କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଲେଡି କରଞ୍ଜନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହାଇପୋଥାଇରଏଡିଜିମ୍ ଥିବା ବହିଷ୍କୃତ AIADMK ନେତା ବର୍ତ୍ତମାନ ବାଙ୍ଗାଲୋର ମେଡିକାଲ୍ କଲେଜ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରେ ଅଛନ୍ତି।
Comments are closed.