Latest Odisha News

BREAKING NEWS

ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ପୁଣି ସ୍ଥାନ ପାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ:  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜ୍ୟସଭା ପାଇଁ ଉପାଧ୍ୟକ୍ଷମାନଙ୍କ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି । ଏହି ପ୍ୟାନେଲରେ ଓଡ଼ିଶାର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କୁ ପୁଣିଥରେ ସ୍ଥାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।  ଉପାଧ୍ୟକ୍ଷମାନଙ୍କ ପ୍ୟାନେଲରେ  ରାଜ୍ୟସଭା ସାଂସଦ ଡ  ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କଳିତା, ଇନ୍ଦୁ ବାଲା ଗୋସ୍ୱାମୀ, ଡ ଏଲ୍ ହନୁମାନଥାୟା, ତିରୁଚି ଶିବ, ଭି ବିଜୟାସାଇ ରେଡ୍ଡୀ  ପ୍ୟାନେଲର ସଦସ୍ୟ ଭାବେ ରହିଛନ୍ତି ।

 

ଆସନ୍ତାକାଲିଠାରୁ ମୈାସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଉପରାଷ୍ଟ୍ରପତି ରାଜ୍ୟସଭାର ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

 

ଆଜି ଉପରାଷ୍ଟ୍ରପତି ନିବାସରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ରାଜ୍ୟପାଳ ଏବଂ  ଲ୍ୟୁଟିନାଣ୍ଟ ଗଭର୍ଣ୍ଣରଙ୍କ ସହ ତାଙ୍କର ପରିବାର  ସହ  ମଧ୍ୟାହ୍ନ ଭୋଜନ କରିବା ପରେ ସେମାନଙ୍କୁ ସମ୍ବୋଧନ କରିଛନ୍ତି ।

 

Leave A Reply

Your email address will not be published.