Latest Odisha News

BREAKING NEWS

ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବଂଶଧାରା। ଭାସିଗଲେ ହାତୀପଲ

ରାୟଗଡ଼ା: ଲଗାଣ ବର୍ଷା ପ୍ରଭାବରେ ଫୁଲିଛି ବଂଶଧାରା। ଜଳସ୍ତର ଆଜି ସତର୍କ ସଙ୍କେତ ଟିପିଛି। ଅପରାହଣରେ ବର୍ଷା କମିବା ପରେ ସଂଧ୍ୟାରେ ବଂଶଧାରା ଜଳସ୍ତର ସ୍ଥିର ରହିଛି। ସାନ ନଦୀ (ମହେନ୍ଦ୍ରତନୟା) ସମେତ ଶାଖା ନଦୀ, ନାଳ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ରାତିରେ ବଂଶଧାରା ଜଳସ୍ତର ପୁଣି ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ, କେନ୍ଦ୍ରୀୟ ଜଳ ଆୟୋଗ କମିସନ୍ କର୍ତ୍ତୃପକ୍ଷ ବଂଶଧାରା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ଗୁଣପୁର ଉପରମୁଣ୍ଡରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଗଜପତି ଜିଲ୍ଲାର ତଳି ଅଞ୍ଚଳ ମୋହନା, ଅଡବାରେ ବର୍ଷା ଲାଗି ରହିଥିବାରୁ ସାନ ନଦୀ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସାନନଦୀ ଇଲାକାର ଫୁଲପୁଟି ଅଞ୍ଚଳରେ ରହୁଥିବା ୬ଟିକିଆ ହାତୀପଲ ମଧ୍ୟରୁ ତିନୋଟି ହାତୀ ନଦୀଜଳରେ ଭାସି ଯାଇଥିଲେ।

କିଛି ଦୂର ଅତିକ୍ରମ ପରେ ହାତୀମାନେ ବହୁ କଷ୍ଟରେ ଭରାନଈରୁ ଉଦ୍ଧାର ହୋଇ ପୁଣି ଜଙ୍ଗଲକୁ ଚାଲି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶାଖା ନଦୀ, ନାଳ ଜଳସ୍ତର ବଢ଼ିବା ପରେ ଭୀମପୁର ହାଇସ୍କୁଲ୍ ପାଚେରୀ ଭାଙ୍ଗି ସ୍କୁଲ୍ ଭିତରେ ପାଣି ପଶିଛି।

୧୪୦ ଅନ୍ତେବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶ୍ରେଣୀ ଗୃହରେ ପାଣି ଜମି ରହିଥିବାରୁ ସ୍କୁଲକୁ ବନ୍ଦ ଘୋଷଣା କରାଯିବା ସହ ଅତିରିକ୍ତ ଶ୍ରେଣୀ ଗୃହରେ ଅନ୍ତେବାସୀଙ୍କୁ ଥଇଥାନ କରାଯାଇଛି।

 

 

 

 

Leave A Reply

Your email address will not be published.