Latest Odisha News

BREAKING NEWS

ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଯୋଗାଉଛନ୍ତି ଖାଦ୍ୟ

ଭୁବନେଶ୍ୱର: କରୋନାର ପ୍ରକୋପ ଜାରି ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅଧିକାଂଶ କୋଭିଡ୍ ଆକ୍ରାନ୍ତ ପ୍ରାୟ ୮୦ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏଭଳି ସମୟରେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ସତପାଲ୍ ସିଂ । ୧୫ ଜଣ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସେ ଘରେ ରନ୍ଧା ଗରମ ଖାଦ୍ୟକୁ କୋଭିଡ୍ ସଂକ୍ରମିତଙ୍କୁ ମାଗଣାରେ ଯୋଗାଉଛନ୍ତି ।

ଏନେଇ ସତପାଲ୍ ସିଂହ କହିଛନ୍ତି, ଘରେ ସମସ୍ତେ କୋଭିଡ୍ ସଂକ୍ରମିତ ହେବା ପରେ ଘରେ ରୋଷଇ କରି ଦେବା ସମ୍ଭବ ହେଉନାହିଁ । ଫଳରେ ଗୁରୁଦ୍ୱାରରେ ଖାଦ୍ୟ ରାନ୍ଧି କୋଭିଡ୍ ଆକ୍ରାନ୍ତଙ୍କ ଦୁଆର ମୁହଁରେ ପହଞ୍ଚାଉଛୁ । ଏଥିରେ ୧୫ ଜଣ ସହଯୋଗ କରୁଛନ୍ତି । ୫ ଜଣ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟମାନେ ନେଇ କୋଭିଡ୍ ଆକ୍ରାନ୍ତଙ୍କ ପାଖରେ ପହଞ୍ଚାଉଛନ୍ତି ।

Satapal Singh Providing Free Meals To Covid Patients In Isolation

ଭାତ, ଡାଲି, ରୁଟି ସହ ତରକାରୀକୁ ପ୍ୟାକେଟ୍ କରି ଗରମ ଗରମ ଦିଆଯାଉଛି । ସାମାଜିକ ଦୂରତା ରକ୍ଷା କରି ଖାଦ୍ୟ ପ୍ରଦାନ କରାଯାଉଥିବା ସତପାଲ ସିଂ କହିଛନ୍ତି । ଖାଦ୍ୟ ସହ ଆବଶ୍ୟକ କରୁଥିବା ଲୋକଙ୍କୁ ଅକ୍ସିଜେନ୍ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ମାସ୍କ ଏବଂ ଅନ୍ୟ ମେଡିକାଲ ସାମଗ୍ୟ ଯୋଗାଉ ଦେଉଛନ୍ତି ସତପାଲ୍ ।

ଏଥିପାଇଁ ସେ ବିଭିନ୍ନ ସୋସିଆଲ୍ ମିଡିଆରେ ହ୍ୱାଟ୍ସଆପ୍ ନମ୍ବର ସେୟାର କରିଛନ୍ତି । ପ୍ରଥମେ ୨୦ରୁ ୨୫ ଜଣଙ୍କୁ ଖାଦ୍ୟ ଯୋଗାଉଥିବା ବେଳେ ଏବେ ଦିନକୁ ୫୦୦ରୁ ୫୦୦ ପ୍ୟାକେଟ୍ ଖାଦ୍ୟ ବଣ୍ଟନ କରୁଛନ୍ତି । ଆବଶ୍ୟକ ତଳେ ଦୈନିକ ହଜାରରେ ୧୫ଶହ ଲୋକଙ୍କୁ ଖାଦ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.