Latest Odisha News

BREAKING NEWS

ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ପ୍ରାଣ ହରାଇଲେ ୧୦ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ପ୍ରାଣ ହରାଇଲେ ୧୦ ଜଣ ମାଓବାଦୀ। ଫୋଡ ପୋଇଜନିଙ୍ଗ କରୋନା ଆକ୍ରାନ୍ତ ହେବା ପରେ ୧୦ ଜଣ ନକ୍ସଲ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଛନ୍ତି। ସୁକୁମା ଜିଲ୍ଲାର ଦରନାପାଲ ସହ କଣ୍ଟା ଅଞ୍ଚଳରୁ ଟିକା ସହ ମେଡ଼ିସିନ ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୁଚନା ଦେଇଛନ୍ତି।

ପୁର୍ବରୁ ୫୦ ରୁ ଉର୍ଦ୍ଧ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୁଚନା ଦେଇଥିଲେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତାଙ୍କ ସହ ଅନେକ ହାର୍ଡଖୋର ମାଓବାଦୀ ମଧ୍ୟ ରହିଥିବା ଜଣାପଡିଛି ।

ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ କରିଥିଲେ ଏସପି ଅଭିଷେକ ପଲ୍ଲଭ । ହେଲେ ଏବେ ନକ୍ସଲ ମାନେ କରୋନା ରେ ପ୍ରାଣ ହରାଇବା ପରେ ନିରୀହ ଆଦିବାସୀ ଲୋକଙ୍କୁ ନେଇ ଚିନ୍ତା ବଢିଛି ।

Leave A Reply

Your email address will not be published.