Latest Odisha News

ଲୁଚାଛପାରେ ନ୍ୟୁକ୍ଲିୟର କ୍ଷମତା ବୃଦ୍ଧି କରୁଛନ୍ତି ଚୀନ, ରୁଷିଆ, ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ ପରମାଣୁ ଅସ୍ତ୍ର ସମ୍ପର୍କରେ ପାଠ ପଢ଼ାଉଥିବା ଚୀନ, ଆମେରିକା ଓ ରୁଷିଆ ଲୁଚାଛପାରେ ଏହାର କ୍ଷମତା ବୃଦ୍ଧି କରୁଥିବା ଜଣାପଡିଛି । ଏହି ୩ଟି ଦେଶ ପରମାଣୁ ପରୀକ୍ଷଣ ପାଇଁ ସ୍ଥାନ ଚିହ୍ନଟ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ଚୀନ ଜିନଜିଆଙ୍ଗ ପ୍ରଦେଶରେ, ରୁଷିଆ ଆର୍କଟିକ ମହାସାଗର ଦ୍ୱୀପରେ ଓ ଆମେରିକା ନେଭାଡା ମରୁଭୂମିରେ ଏହାର ପରୀକ୍ଷଣ ପାଇଁ ପ୍ରସ୍ତୁତି କରୁଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । ନୂତନ ଟନେଲ, ରାସ୍ତା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଏହି ଅଂଚଳମାନଙ୍କରେ ବୃଦ୍ଧି କରାଯାଇଛି । ସମସ୍ତ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଓ ବ୍ୟବହାର ନେଇ ଚୁକ୍ତିନାମା ସ୍ୱାକ୍ଷାରିତ ହେଉଥିଲେ ମଧ୍ୟ ଏହି ୩ ଦେଶଙ୍କ କ୍ଷେତ୍ରରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି ।

ଏପରିକି ଚୁକ୍ତିନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହି ଯେ, ଯଦି କୌଣସି ଏ ଭଳି କାର୍ଯ୍ୟରେ ଲିପ୍ତ ତେବେ ତାହା ଉପରେ ପ୍ରତିବନ୍ଧ ଲଗାଯିବ । ଆମେରିକା ନିଜେ ଏହି ଚୁକ୍ତି ଖିଲାପ କରିଥିବାରୁ ଅନ୍ୟ ଦେଶମାନେ ମଧ୍ୟ ଏହି କ୍ଷମତାକୁ ବୃଦ୍ଧି କରିବାକୁ ଚାହିଁବ । ଫଳରେ ବିଶ୍ୱରେ ଏକ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏହି ରିପୋର୍ଟ ନେଇ ଉପରୋକ୍ତ ୩ ଦେଶ ମଧ୍ୟରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.