Latest Odisha News

BREAKING NEWS

‘ସାଥି ତୁ ଫେରିଆ’ରେ କମାଲ୍ କରୁଛନ୍ତି ଅନୁଭା-ଜ୍ୟୋତିଙ୍କ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ସୁନ୍ଦରୀ ନାୟିକା ଅନୁଭା ସୌର୍ଯ୍ୟାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଛି । ଅନୁଭାଙ୍କ ଫ୍ୟାନମାନେ ପ୍ରଥମଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରିଥିବାର ଦେଖିବାକୁ ପାଇଛନ୍ତି । କଥାହେଲା ସଦ୍ୟ ରିଲିଜ୍ ହୋଇଥିବା ଏହି ‘ସାଥି ତୁ ଫେରିଆ’ ଫିଲ୍ମରେ ନାୟକ ଜ୍ୟୋତି ପ୍ରଥମଥର ଲାଗି ଏକ ‘ଗ୍ୟାଙ୍ଗଷ୍ଟର’ ଭୁମିକାରେ ଅଭିନୟ କରିଛନ୍ତି ।

ନାୟକ ଜ୍ୟୋତିୁ ଏହି ଫିଲ୍ମରେ ଯେଉଁ ‘ଗ୍ୟାଙ୍ଗଷ୍ଟର’ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତାହାକୁ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଛି । କିନ୍ତୁ କଥାହେଉଛି ଏହି ‘ଗ୍ୟାଙ୍ଗଷ୍ଟର’କୁ କଥାରେ କଥାରେ ହସି ହସି ମନାଇବାରେ ଫିଲ୍ମର ନାୟିକାଙ୍କୁ ବେଶ୍ ହରକତ୍ କରିବାକୁ ପଡ଼ିଛି । ଫିଲ୍ମର ନାୟିକା ଲାଜକୁଳୀ ଅନୁଭା ବେଶ୍ ସୁନ୍ଦର ଅଭିନୟ ମାଧ୍ୟମରେ ଗ୍ୟାଙ୍ଗଷ୍ଟରଙ୍କୁ ମନେଇ ପାରିଛନ୍ତି । ଅନୁଭାଙ୍କ ଅଭିନୟର ଜାଦୁକରୀ ପ୍ରଦର୍ଶନ ଏହି ଓଡ଼ିଆ ଫିଲ୍ମରେ ଦେଖିବାକୁ ମିଳିଛି । ଦର୍ଶକ ଏହି ଫିଲ୍ମଟି ବଡ଼ ପରଦାରେ ଦେଖିବା ପରେ ଉଭୟ ନାୟିକା ଅନୁଭା ଏବଂ ନାୟକ ଜ୍ୟୋତିଙ୍କୁ ଶତ ପ୍ରଶଂସା କରିଛନ୍ତି ।

ଏହି ଓଡ଼ିଆ ଫିଲ୍ମଟିରେ ଅନୁଭା ଓ ଜ୍ୟୋତିଙ୍କ ବ୍ୟତୀତ ଅଭିନୟ କରିଥିବା ଅନ୍ୟ କଳାକାରମାନେ ହେଲେ – ଶ୍ରୀତମ ଦାସ, ଅନିଶା, ମଣ୍ଟୁ, ରାଜୀବ ମହାନ୍ତି ଓ ଗୁଡୁ ।

ଏହି ଫିଲ୍ମଟିକୁ ନିହାର ସାମଲ-ବିନି ସାମଲ ପ୍ରଡ୍ୟୁସ କରୁଥିବା ବେଳେ ଷ୍ଟୋରୀ, ସ୍କ୍ରିନପ୍ଲେ ଏବଂ ଡ଼ାଏଲଗ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଏହି ଚଳଚ୍ଚିତ୍ରରେ ମହାଶ୍ୱେତା ରାୟ ମାଆ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.