Latest Odisha News

BREAKING NEWS

ସାତ୍ୱିକ ସ୍ୱାଇଁ ଫିଡେ ୱାର୍ଲ୍ଡ କପ ୮ ବର୍ଷରୁ କମ ଚେସରେ ଖେଳିବେ

ଭୁବନେଶ୍ୱର: ଓଡିଶାର ସାତ୍ୱିକ ସ୍ୱାଇଁ ୟଙ୍ଗଷ୍ଟରଙ୍କ ପାଇଁ ଆୟୋଜିତ କରାଯାଉଥିବା ଫିଡେ ବିଶ୍ୱକପ ଚେସ ପାଇଁ ମନୋନୀତ ହୋଇଛନ୍ତି । ଭୁବନେଶ୍ୱରର ଏହି ଉଦୀୟମାନ ଚେସ ତାରକା ୮ ବର୍ଷରୁ କମ ବିଭାଗରେ ଅଂଶଗ୍ରହଣ କରିବେ । ଉଭୟ ବାଳକ ଓ ବାଳିକା ବିଭାଗରେ ୪୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ୮ ବର୍ଷରୁ କମ, ୧୦ ବର୍ଷରୁ କମ ଓ ୧୨ ବର୍ଷରୁ କମ ବିଭାଗରେ ଚେସ ମ୍ୟାଚ ଆୟୋଜିତ ହେବ । ସାତ୍ୱିକ ପ୍ରଫେଶନାଲ ଚେସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି ।

ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହାକୁ ପରିଚାଳନା କରୁଛନ୍ତି । ଏହି ଏକାଡେମୀରୁ ଆଗାମୀ ଦିନରେ ଅନେକ ଚେସ ତାରକା ବାହାରିବେ ବୋଲି ଆଶା କରାଯାଉଛି । ସାତ୍ୱିକ ଏହି ଆନ୍ତର୍ଜାତୀୟ ମିଟରେ କିଭଳି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.