Latest Odisha News

BREAKING NEWS

୨୧ ଡିସେମ୍ବରରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ୪୦୦ ବର୍ଷ ପରେ ଖୁବ୍ ନିକଟତର ହେବେ ବୃହସ୍ପତି ଓ ଶନି

ୱାଶିଂଟନ: ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂମକେତୁର ଆଲୋକ ବର୍ଷା ଠାରୁ ଆରମ୍ଭ କରି ଉଲକାପିଣ୍ଡ ଖସିବା ଏବଂ ନୂତନ ଗ୍ରହରେ ମ୍ୟାଗ୍ନେଟ ୱେଭର ସୂଚନା ଆସିସାରିଛି । ଏବେ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି । ଏହି ଘଟଣା ସୋମବାର ରାତିରେ ଘଟିବ । ଦୁଇ ଗ୍ରହର ପରିଧି ମଧ୍ୟରେ ୦.୧ ଡିଗ୍ରୀର ବ୍ୟବଧାନ ରହିବ । ଜୀବନକାଳ ମଧ୍ୟରେ ଏଭଳି ଘଟଣା ଥରେ ଘଟିଥାଏ କହିଲେ ଭୁଲ ହେବ ନାହିଁ ।

୬୦ ବର୍ଷ ପରେ ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ କିନ୍ତୁ ସେ ସମୟରେ ଆଖିକୁ ଦେଖାଯିବ କି ନାହିଁ ତାହା ଜଣାପଡି ନାହିଁ । ୨୧ ତାରିଖ ସୂର୍ଯ୍ୟାସ୍ତ ପରେ ଆକାଶରେ ୪୫ରୁ ୬୦ ମିନିଟ ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହେବ । ବୃହସ୍ପତି ସ୍ପଷ୍ଟ ଭାବେ ଦେଖାଯିବା ବେଳେ ଶନି ପଛରେ ହାଲକା ଭାବେ ଦୃଶ୍ୟମାନ ହେବେ । ପ୍ରତି ୨୦ ବର୍ଷରେ ଗ୍ରହମାନେ ପରସ୍ପର ନିକଟତର ହୋଇଥାନ୍ତି । ଏଥର ଅତି ପାଖାପାଖି ଆସି ଯାଇଥିବାରୁ ଖାଲି ଆଖିରେ ମଧ୍ୟ ଦେଖିହେବ ।

Leave A Reply

Your email address will not be published.