Latest Odisha News

[ଭିଡ଼ିଓ] ଅବ୍ଦୁଲ୍ କଲାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

କୋଚି: ମାତ୍ର କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ସନ୍ତୋଷଜନକ ଭିଡିଓ । ଭିଡିଓଟି ଭାଇରାଲ୍ ବି ହୋଇଥିଲା । ଏଥିରେ ଜଣେ ବୟସ୍କ ବ୍ୟକ୍ତି କୋଚିର ମରିନ୍ ଡ୍ରାଇଭ ନିକଟରେ ଥିବା ଭାରତରତ୍ନ ଡ.ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବାରେ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ ପ୍ରତିଦିନ ସକାଳୁ ଫୁଲ ଚଢାଇ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିଥାନ୍ତି ।

ହେଲେ ସେହି ବ୍ୟକ୍ତି ଜଣକ ଆଉ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବେନି । କାହିଁକି ନା କେହି ଅଜଣା ବ୍ୟକ୍ତି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପଢି ତାଜୁବ ହୋଇଥିବେ ନିଶ୍ଚୟ । ମୃତକଙ୍କ ପରିଚୟ ହେଉଛି ଶିବଦାସନ । ନିକଟରେ ମରିନ ଡ୍ରାଇଭରୁ ତାଙ୍କ ମୃତଦେହକୁ କୋଚି ପୋଲିସ ଉଦ୍ଧାର କରିଥିଲାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି ।

କାହିଁକି କଲାମଙ୍କ ପ୍ରତିମୂର୍ତ୍ତୀକୁ ପ୍ରତିଦିନ ପୂଜା କରୁଥିଲେ ଶିବଦାସନ ?

ମିଳିଥିବା ସୂଚନା ଅନୁଯାୟୀ ବହୁବର୍ଷ ପୂର୍ବେ କଲାମ କେରଳ ଆସିଥିଲେ । ସେହି ସମୟରେ ସେ ଶିବଦାସନଙ୍କୁ ସହୟତା ରୂପେ ୫୦୦ ଟଙ୍କା ଦେଇଥିଲେ । କଲାମଙ୍କଠାରୁ ଟଙ୍କା ନୁହେଁ ବରଂ ସ୍ନେହର ଉଦାହରଣ ପାଇ ଶିବଦାସନ କଲାମଙ୍କୁ ଦେଇଥିଲେ ଭଗବାନଙ୍କ ପାହ୍ୟା । ବାସ୍ ସେବେଠୁ ସେ ତାଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିଆସୁଥିଲେ ।

ଶିବଦାସନଙ୍କ ମୃତ୍ୟୁ, ହତ୍ୟା ନା ପ୍ରାକୃତିକ ମୃତ୍ୟୁ ?

ଡିସେମ୍ବର ୧୬ରେ ୬୩ ବର୍ଷୀୟ ଶିବଦାସନ ଅବ୍ଦୁଲ କଲାମ ମାର୍ଗ ନିକଟରେ ମରିପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା କୋଚି ପୋଲିସ । ମୃତଦେହକୁ ଉଦ୍ଧାର କରିବା ସହ ପୋଲିସ ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା । ରିପୋର୍ଟରୁ ଜଣାପଡିଥିଲା ଇଣ୍ଟରନାଲ୍ ଇଂଜୁରୀ ପାଇଁ ଶିବଦାସନଙ୍କର ମୃତ୍ୟୁ ହୋଇଥିଲା । ଶିବଦାସନଙ୍କ ହତ୍ୟା ହୋଇଥିବା ନେଇ ପୋଲିସ ପ୍ରମାଣ ପାଇବା ପରେ ଜାରି ରହିଥିଲା ଛାନଭିନ୍ । ଶେଷରେ ପୋଲିସ ରାଡାରକୁ ଆସିଥିଲା ଶିବଦାସନଙ୍କ ସଂପର୍କୀୟ ରାଜେଶ । ଜେରାରେ ସତ ଓଗାଳିବା ପରେ ହତ୍ୟା ମାମଲାରେ ଅଭିଯୁକ୍ତ ରାଜେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବା ନେଇ ଶିବଦାସନ ବେଶ ଚର୍ଚ୍ଚାରେ ରହିଥିଲେ । ତେବେ ଏହି ଚର୍ଚ୍ଚା ହିଁ ତାଙ୍କ ମୃତ୍ୟୁର କାରଣ ସାଜିଥିଲା । ଶିବଦାସନଙ୍କ ଖ୍ୟାତିକୁ ସହିନପାରି ଅଭିଯୁକ୍ତ ରାଜେଶ ତାଙ୍କୁ ମରିନ୍ ଡ୍ରାଇଭରେ ମାରଧର କରିଥିବା ନେଇ ଅନେକ ଲୋକ ଦେଖିଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ଏହାର ଗୋଟିଏ ଦିନରେ ମିଳିଥିଲା ଶିବଦାସନଙ୍କର ମୃତଦେହ ।

Leave A Reply

Your email address will not be published.