ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ଶନି ଗ୍ରହ ମୀନ ରାଶିକୁ ଚଳନ କରିବେ । ଆଜି ଅର୍ଥାତ୍ ୨୯ତାରିଖରେ ଶନି ରାଶି ପରିବର୍ତ୍ତନ କରୁଛନ୍ତି । ଶନି କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବେ । ଏହି ତିଥିରେ ମଧ୍ୟ ସୂର୍ଯ୍ୟୋପରାଗ ରହିବ । ଏହି ତିଥିରେ ଶନି ଚଳନ ସହିତ ସୂର୍ଯ୍ୟୋପରାଗ ହେତୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏଥିସହ ଏହାର ପ୍ରଭାବ ରାଶିମାନଙ୍କ ଉପରେ ପଡିବ । ଏହି ତିଥିରେ ଭୁଲ କରୁଥିବା ଲୋକଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ପଡିବାର ଆଶଙ୍କା ରହିଥାଏ । ଅନ୍ୟପଟେ ୩ରାଶିଙ୍କ ଭାଗ୍ୟ ଫିଟିବ । ସେହି ରାଶି ଗୁଡିକ ହେଲେ କର୍କଟ, ବୃଷ, ମକର ।
ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ..
କର୍କଟ: ଶନିଙ୍କ ଗୋଚର ପରେ ବର୍ଷସାରା କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ସମାଜରେ ସେମାନଙ୍କର ମାନ ସମ୍ମାନ ବଢିବ । ହଠାତ୍ ଧନଲାଭର ଯୋଗ ରହିଛି । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ । ଘରେ ସୁଖଶାନ୍ତି ବଢିବ ।
ବୃଷ:ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟର ଓ ବ୍ୟବସାୟରେ ଲାଭ ମିଳିବ । ପୂର୍ବରୁ ନିବେଶ କରିଥିଲେ ସେଥିରୁ ଲାଭ ମିଳିପାରେ । ପରିବାରର ମାଙ୍ଗଳିକ କାର୍ଯ୍ୟାନୁଷ୍ଠାନ ହେବ । ଧନ ପ୍ରାପ୍ତି ହେବ । ଚାକିରୀ କରୁଥିଲେ ପଦନ୍ନୋତି ହେବ ଓ ଉଚ୍ଚଅଧିକାରୀ କାମରେ ପ୍ରସଂଶା କରିବେ । ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିବ ।
ମକର: ଏହି ରାଶିର ବ୍ୟକ୍ତି ବିଶେଷ ସାଢେ ସାତିରୁ ମୁକ୍ତି ପାଇବେ । ସ୍ବାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଥିଲେ ତାହା ଦୂର ହେବ । ନୂତନ କାମ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ । ଧନ ପ୍ରାପ୍ତି ହେବ । ଯେକୌଣସି କାର୍ଯ୍ଯରେ ମାତାପିତାଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।
Comments are closed.