Latest Odisha News

BREAKING NEWS

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସାତ୍ୱିକସାଇାଜ-ଚିରାଗ

କୁଆଲାଲମ୍ପୁର: ଭାରତୀୟ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ମାଲେସିଆ ଓପନ ବ୍ୟାଡମିଂଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସାଇରାଜ-ଚିରାଗ ଚୀନର ରେନ ଜିୟାଙ୍ଗ ୟୁ ଓ ଜି ଟିଙ୍ଗ ଯୋଡୀଙ୍କୁ ୨୧-୧୧ ଓ ୨୧-୮ରେ ପରାସ୍ତ କରିଥିଲେ । ମାତ୍ର ୩୫ ମିନିଟରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଯୋଡି ମ୍ୟାଚକୁ ଜିତି ନେଇଥିଲେ । ଫାଇନାଲରେ ପ୍ରବେଶ କରିବା ପାଇଁ ସେମାନଙ୍କୁ କୋରିଆର କାଙ୍ଗ ମିନ ହ୍ୟୁକ ଓ ସିୟୋ ଉଇ ୟିକଙ୍କୁ ସେମିଫାଇନାଲରେ ପରାସ୍ତ କରିବାକୁ ପଡିବ ।

ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ଅଶ୍ୱୀନ ପୋନାପ୍ପା ଓ ତନୀଷା କ୍ରାଷ୍ଟୋ ଜାପାନର ରିନ ଇଭାନଗର ଓ କେ ନାକାନିଶିଙ୍କ ନିକଟରୁ ହାରି ଯାଇଛନ୍ତି । ୧୯୩୭ରୁ ଖେଳା ଯାଉଥିବା ମାଲସିଆ ଓପନରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଟାଇଟଲ ଜିତି ପାରି ନାହାନ୍ତି । ସାତ୍ୱିକ ଓ ଚିରାଗଙ୍କ ନିକଟରେ ଏଥର ସୁବର୍ଣ୍ଣ ସୁଯୋଗ ରହିଛି ।

Comments are closed.