Latest Odisha News

BREAKING NEWS

ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ସତ୍ୟବ୍ରତ

ପୁରୀ : ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ମଣିଷ ସମ୍ଭବ କରି ଦେଖାଇଥାଏ  । ତେବେ ସେଭଳି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସତ୍ୟବ୍ରତ ଦାସ। ସାଇକେଲ ଯୋଗେ ପୁରୀରେ ପହଞ୍ଚି ସତ୍ୟବ୍ରତ ଲୋକଙ୍କ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି  । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର ଦିଆଯାଇ ସ୍ବାଗତ କରାଯାଇଥିଲା ।

ସେଭ୍ ଦ ଟ୍ରି, ସେଭ୍ ଦ ଆର୍ଥ ବାର୍ତ୍ତା ନେଇ ଗତ ଏପ୍ରିଲ୍ ୫ ତାରିଖରେ ସତ୍ୟବ୍ରତ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୬ ମାସର ଏହି ଯାତ୍ରାରେ ସତ୍ୟବ୍ରତ ୧୩ ହଜାର ୫ଶହ କିଲୋମିଟର ଯାତ୍ରା କରିବା ସହ ପ୍ରଥମେ ରାମେଶ୍ବରମ୍, ଦ୍ବାରିକା, ବଦ୍ରିନାଥ ଧାମ ପରେ ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ତେବେ ସାଇକେଲ୍ ଚଳାଇବା ଦ୍ବାରା କିଭଳି ଆମେ ଫିଟ୍ ରହିବା ଏବଂ ପ୍ରତି ସମୟରେ ଗଛ ଲଗାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ସତ୍ୟବ୍ରତ ।

 

Comments are closed.